ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର ଆଲୋଚନାରେ ଥିଲା। ଟେସଲା ଏବଂ ସ୍ପେସ ଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କୁ ଏହି ଔଷଧ ସେବନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହିପରି ଔଷଧ ମସ୍କଙ୍କ ସ୍ବାସ୍ଥ୍ୟ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ। ତେବେ ଏହିସବୁ ଚର୍ଚ୍ଚା ମଧ୍ୟରେ ମସ୍କ କେଟାମାଇନକୁ ପ୍ରଶଂସା କରିଛନ୍ତି। ସେ […] The post ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ appeared first on Dharitri Odia News.

ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର ଆଲୋଚନାରେ ଥିଲା। ଟେସଲା ଏବଂ ସ୍ପେସ ଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କୁ ଏହି ଔଷଧ ସେବନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହିପରି ଔଷଧ ମସ୍କଙ୍କ ସ୍ବାସ୍ଥ୍ୟ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ। ତେବେ ଏହିସବୁ ଚର୍ଚ୍ଚା ମଧ୍ୟରେ ମସ୍କ କେଟାମାଇନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହାକୁ ସେବନ କରି ସେ କାର୍ଯ୍ୟରେ ଭଲ ଧ୍ୟାନ ଦେଇ ପାରିବେ।
ଟେସଲା ସିଇଓ ଏକ ସାକ୍ଷାତକାରରେ କହିଛନ୍ତି, ଏମିତି କିଛି ସମୟ ଥାଏ ଯେତେବେଳେ ମୋ ମନରେ ନକାରାତ୍ମକ ଚିନ୍ତା ଆସେ। ବୋଧହୁଏ ଏହା ଡିପ୍ରେସନ୍‌। ଭୁଲ ଚିନ୍ତାଧାରାରୁ ବାହାରିବାରେ କେଟାମାଇନ ସାହାଯ୍ୟ କରେ। ଜଣେ ଡାକ୍ତର ତାଙ୍କୁ ଔଷଧ ଦେଇଛନ୍ତି। ସେ ପ୍ରତି ସପ୍ତାହରେ ଥରେ ଔଷଧ ସେବନ କରନ୍ତି।
ମସ୍କ କହିଛନ୍ତି, ଯଦି ଆପଣ ଅଧିକ କେଟାମାଇନ ବ୍ୟବହାର କରନ୍ତି, ତେବେ ଆପଣ କାମ କରିପାରିବେ ନାହିଁ। ମୋର ବହୁତ କାମ ଅଛି। ମୁଁ ସାଧାରଣତଃ ଦିନକୁ ୧୬ ଘଣ୍ଟା କାମ କରେ। ତେଣୁ ପ୍ରକୃତରେ ମୋ ପାଇଁ କୌଣସି କାରଣ ନାହିଁ,ଯେଉଁଠାରେ ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ସ୍ତରରେ ଗମ୍ଭୀର ହୋଇପାରିବି ନାହିଁ। କିନ୍ତୁ ସେ କେଟାମାଇନ ବ୍ୟବହାର କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି।

The post ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ appeared first on Dharitri Odia News.