ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ବ୍ୟକ୍ତି ୨ ବାଘ ଛାଲକୁ ବିକ୍ରି କରିବା ପାଇଁ ରବିବାର ଡିଲ୍‌ କରୁଥିବାବେଳେ ବନ ବିଭାଗର ଭିଜିଲାନ୍ସ ହାତରେ ଧରାପଡ଼ିଛି। ବନ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ରେଡ୍ଡି କୌଶଲ୍ୟା। ତାଙ୍କ ଘର ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସ୍ଥିତ ପ୍ରେମନଗର ଅଂଚଳରେ ଅଟେ। ଘଟଣାରୁ ପ୍ରକାଶ ଯେ, ରେଡ୍ଡି ନିଜ ପାଖରେ ଗଚ୍ଛିତ ରଖିଥିବା […] The post ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ appeared first on Dharitri Odia News.

ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ବ୍ୟକ୍ତି ୨ ବାଘ ଛାଲକୁ ବିକ୍ରି କରିବା ପାଇଁ ରବିବାର ଡିଲ୍‌ କରୁଥିବାବେଳେ ବନ ବିଭାଗର ଭିଜିଲାନ୍ସ ହାତରେ ଧରାପଡ଼ିଛି। ବନ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ରେଡ୍ଡି କୌଶଲ୍ୟା। ତାଙ୍କ ଘର ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସ୍ଥିତ ପ୍ରେମନଗର ଅଂଚଳରେ ଅଟେ।

ଘଟଣାରୁ ପ୍ରକାଶ ଯେ, ରେଡ୍ଡି ନିଜ ପାଖରେ ଗଚ୍ଛିତ ରଖିଥିବା ଦୁଇଟି ବାଘ ଛାଲ ବିକ୍ରି କରିବା ପାଇଁ ଡିଲ୍‌ ପ୍ରକାରେ ରବିବାର ମଧ୍ୟାହ୍ନରେ ପୁରୁଣା ଗେଟ୍‌ ଛକରେ ଏକ ବସ୍ତା ଧରି ଠିଆ ହୋଇଥିଲେ। ସେହି ସମୟରେ କଟକ ବନ ବିଭାଗ ଭିଜିଲାନ୍ସ ଟିମ୍‌ ଉପ ବନ ସଂରକ୍ଷକ ରଜନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ରାୟଗଡ଼ା ରେଞ୍ଜ ଅଫିସ କର୍ମଚାରୀ ଚଢ଼ାଉ କରିଥିଲେ।

ରେଡ୍ଡି ଧରିଥିବା ବସ୍ତାରେ ଦୁଇଟି ଚିତା ବାଘ ଛାଲ ଜବତ କରିବା ସହ ତାଙ୍କୁ ଗିରଫ କରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ପଚରାଉଚୁରା ପରେ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ା ତେବେ ଗିରଫ ରେଡ୍ଡି ଉକ୍ତ ବାଘ ଛାଲ କେଉଁଠାରୁ ଆଣିଥିଲେ ତାହା ସ୍ପଷ୍ଟ ହୋଇନାହିଁ।

The post ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ appeared first on Dharitri Odia News.