ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ): ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଏବଂ ପାନାସିଆ ବାୟୋଟେକ୍‌ ଭାରତରେ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛନ୍ତି। ପାନାସିଆ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ଭାରତର ସ୍ବଦେଶୀ ଟେଟ୍ରାଭାଲେଣ୍ଟ ଡେଙ୍ଗୁ ଟିକା ‘ଡେଙ୍ଗିଅଲ’ର କାର୍ଯ୍ୟକାରିତାର ମୂଲ୍ୟାଙ୍କନ ହେବ। ଏହି ପରୀକ୍ଷଣରେ ପ୍ରଥମ ଅଂଶଗ୍ରହଣକାରୀଙ୍କୁ ବୁଧବାର ରୋହତକସ୍ଥିତ ପଣ୍ଡିତ ଭଗବତ ଦିୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ(ପିଜିଆଇଏମ୍‌ଏସ୍‌)ରେ ଟିକା ଦିଆଯାଇଛି। ଏ ନେଇ […] The post ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ appeared first on Dharitri Odia News.

ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ): ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଏବଂ ପାନାସିଆ ବାୟୋଟେକ୍‌ ଭାରତରେ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛନ୍ତି। ପାନାସିଆ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ଭାରତର ସ୍ବଦେଶୀ ଟେଟ୍ରାଭାଲେଣ୍ଟ ଡେଙ୍ଗୁ ଟିକା ‘ଡେଙ୍ଗିଅଲ’ର କାର୍ଯ୍ୟକାରିତାର ମୂଲ୍ୟାଙ୍କନ ହେବ। ଏହି ପରୀକ୍ଷଣରେ ପ୍ରଥମ ଅଂଶଗ୍ରହଣକାରୀଙ୍କୁ ବୁଧବାର ରୋହତକସ୍ଥିତ ପଣ୍ଡିତ ଭଗବତ ଦିୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ(ପିଜିଆଇଏମ୍‌ଏସ୍‌)ରେ ଟିକା ଦିଆଯାଇଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଡେଙ୍ଗୁ ବିରୋଧରେ ଲଢ଼େଇ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଡେଙ୍ଗୁ ଟିକାର ଏହି ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି। ଏହା ଆମ ନାଗରିକମାନଙ୍କୁ ଏହି ବିସ୍ତାରିତ ରୋଗରୁ ରକ୍ଷା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହିତ ଟିକା ଅନୁସନ୍ଧାନ ଏବଂ ବିକାଶରେ ଭାରତର ସାମର୍ଥ୍ୟକୁ ସୂଚିତ କରୁଛି। ବର୍ତ୍ତମାନ ଭାରତରେ ଡେଙ୍ଗୁ ବିରୋଧରେ କୌଣସି ଆଣ୍ଟିଭାଇରାଲ ଚିକିତ୍ସା କିମ୍ବା ଲାଇସେନ୍ସପ୍ରାପ୍ତ ଟିକା ନାହିଁ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ୨୦୧୮-୧୯ରେ ହୋଇଥିଲା, ଯାହା ସଫଳତା ଦେଇଥିଲା। ଆଇସିଏମ୍‌ଆର୍‌ର ଆର୍ଥିକ ସହଯୋଗରେ ପାନାସିଆ ବାୟୋଟେକ ୧୮ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୧୯ଟି ସ୍ଥାନରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା କରିବ। ଆସନ୍ତା ଦୁଇବର୍ଷ ପାଇଁ ଉଭୟ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି।

The post ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ appeared first on Dharitri Odia News.