ଡେଙ୍ଗୁ ପାଇଁ ସ୍କୁଲରେ ସତର୍କ ରହିବାକୁ ନିର୍ଦ୍ଦେଶ, ରାଉରକେଲା ଓ ସୁନ୍ଦରଗଡ଼ରେ ଘାଇଲା କଲାଣି ମଶା
ରାଉରକେଲା: ରାଉରକେଲାରେ ଡେଉଁଛି ଡେଙ୍ଗୁ । ଷ୍ଟିଲ ସିଟିର ସେକ୍ଟର ୧୪ ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ। ସୁନ୍ଦରଗଡ଼ ଜିଲ୍ଲାରେ ୫୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେଵଳ ସେକ୍ଟର ୧୪ ଅଞ୍ଚଳରେ ୪୪ ଜଣ ଅଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ଵାସ୍ଥ୍ୟ ଵିଭାଗ, ରାଉରକେଲା ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପାନପୋଷ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଵୈଠକରେ ଡେଙ୍ଗୁ ସ୍ଥିତିର […] The post ଡେଙ୍ଗୁ ପାଇଁ ସ୍କୁଲରେ ସତର୍କ ରହିବାକୁ ନିର୍ଦ୍ଦେଶ, ରାଉରକେଲା ଓ ସୁନ୍ଦରଗଡ଼ରେ ଘାଇଲା କଲାଣି ମଶା appeared first on KNews Odisha.

ରାଉରକେଲା: ରାଉରକେଲାରେ ଡେଉଁଛି ଡେଙ୍ଗୁ । ଷ୍ଟିଲ ସିଟିର ସେକ୍ଟର ୧୪ ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ। ସୁନ୍ଦରଗଡ଼ ଜିଲ୍ଲାରେ ୫୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେଵଳ ସେକ୍ଟର ୧୪ ଅଞ୍ଚଳରେ ୪୪ ଜଣ ଅଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ଵାସ୍ଥ୍ୟ ଵିଭାଗ, ରାଉରକେଲା ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପାନପୋଷ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଵୈଠକରେ ଡେଙ୍ଗୁ ସ୍ଥିତିର ସମୀକ୍ଷା କରାଯାଇଛି । ସ୍ବାସ୍ଥ୍ୟ ଵିଭାଗ ଟିମ ସେକ୍ଟର ୧୪ ହଟସ୍ପଟ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେକ୍ଟର ୧୪ ଅଞ୍ଚଳରେ ରାଉରକେଲା ଇସ୍ପାତ କାରଖାନାର ଵହୁ କ୍ଵାର୍ଟର୍ସ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଏହାର ପ୍ରତିକାର କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି ଆଜି ହଟସ୍ପଟ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଇସ୍ପାତ ଜେନେରାଲ ହସପିଟାଲରେ ରୋଗୀଙ୍କୁ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ହଷ୍ଟେଲ ଓ ସ୍କୁଲ ପରିସର ସଫେଇ ପାଇଁ ସ୍କୁଲ ଓ କଲେଜ ଗୁଡ଼ିକୁ କୁହାଯାଇଛି । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
The post ଡେଙ୍ଗୁ ପାଇଁ ସ୍କୁଲରେ ସତର୍କ ରହିବାକୁ ନିର୍ଦ୍ଦେଶ, ରାଉରକେଲା ଓ ସୁନ୍ଦରଗଡ଼ରେ ଘାଇଲା କଲାଣି ମଶା appeared first on KNews Odisha.