ଡେଙ୍ଗୁ ମେଲେରିଆ ଓ ଡାଇରିଆ ସଚେତନତା କାଯ୍ୟକ୍ରମ
ବେଲଗୁଣ୍ଠା ,19/07,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡେଙ୍ଗୁ, ମ୍ଯାଲେରିଆ ଓ ଡାଇରିଆ ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ରୂପେ କାର୍ଯ୍ୟନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର୍,ସାନିଟେସନ୍ ସୁପରଭାଇଜର୍ ଶିବରାମ ଚୌଧୂରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭି ଦେବୀ […] The post ଡେଙ୍ଗୁ ମେଲେରିଆ ଓ ଡାଇରିଆ ସଚେତନତା କାଯ୍ୟକ୍ରମ appeared first on Odisha.News.

ବେଲଗୁଣ୍ଠା ,19/07,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡେଙ୍ଗୁ, ମ୍ଯାଲେରିଆ ଓ ଡାଇରିଆ ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ରୂପେ କାର୍ଯ୍ୟନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର୍,ସାନିଟେସନ୍ ସୁପରଭାଇଜର୍ ଶିବରାମ ଚୌଧୂରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭି ଦେବୀ ପ୍ରସାଦ ପାତ୍ର, ଅଶୋକ କୁମାର ଜେନା,ଏନ୍ଫୋର୍ସମେଣ୍ଟ ଅଫିସର୍ ମନୀଷ ଦାସ,ତୂଲୀପ୍ ଇନଟର୍ନ୍ ତୃପ୍ତିମୟୀ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ସେହିପରି ଘୁମୁସର ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥି ମାନଙ୍କ ସହିତ ଆଶାକର୍ମୀ, ସ୍ଥାନୀୟ କାଉନସିଲର୍ ପ୍ରଦୀପ କୁମାର ସେଠୀ, କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି ଉପସ୍ଥିତ ଥିବାବେଳେ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ସୁରେଶ କୁମାର ମହାପାତ୍ର,ଶିକ୍ଷୟିତ୍ରୀ ଅର୍ଚ୍ଚନା ନାୟକ ଏବଂ ପ୍ରଭାତୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସଚେତନତା ଶିବିରରେ ଘର ଚାରିପାଖକୁ ସଫା ରଖିବା ସହ ନଡ଼ିଆ ଖୋଳ, ଭଙ୍ଗା ପ୍ଲାଷ୍ଟିକ୍, ଟାୟାର୍ ଇତ୍ଯାଦି ସଫା କରିବା , କାରଣ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍ ମଶା ପ୍ରତି ସତର୍କ ରହିବା,ବାସୀ ଖାଦ୍ୟ,ମାଛି ବସିଥିବା ଖାଦ୍ୟ ଓ ଅପରିଷ୍କାର ପାଣି ଠାରୁ ଦୂରେଇ ରହିବା,ମଶାରୀ ଟାଙ୍ଗି ଶୋଇବା, ଦିନବେଳେ ସକାଳୁ ଫୁଲ ତୋଳିବାକୁ ଗଲେ ଫୁଲ୍ ଡ୍ରେସ୍ ପରିଧାନ କରିବା ଇତ୍ଯାଦି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା I ସଫେଇ ସମ୍ପର୍କରେ ଛାତ୍ରୀ ଅର୍ଚ୍ଚନା ମିଶ୍ର ନିଜର ମତାମତ ଉପସ୍ଥାପନ କରିଥିଲେ I ଉଭୟ ବିଦ୍ୟାଳୟରେ ସ୍ଵଚ୍ଛତା ସମ୍ପର୍କିତ ଶପଥପାଠ କରାଯାଇଥିଲା I
The post ଡେଙ୍ଗୁ ମେଲେରିଆ ଓ ଡାଇରିଆ ସଚେତନତା କାଯ୍ୟକ୍ରମ appeared first on Odisha.News.