ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ ଦିଗାଲ ଙ୍କ ପରଲୋକ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର – ଗତକାଲି ରାତିରେ ସୋନପୁରର ବହୁ ପରିଚିତ ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ କୁମାର ଦିଗାଲ ( ୫୪) ଙ୍କ ପରଲୋକ ଘଟିଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସମେତ ସୋନପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଦିଗାଲ ଦୀର୍ଘ ୨୩ ବର୍ଷ ଧରି ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ସହିତ ବୃଦ୍ଧା ଶ୍ରମ ଓ ଶିଶୁ ଶ୍ରମରେ ନିଷ୍ଠାର ସହ ସେବା ଯୋଗାଇ ଆସିଥିଲେ। ସ୍ଵଚ୍ଛ ଭାରତ ସଂଗଠନ, […] The post ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ ଦିଗାଲ ଙ୍କ ପରଲୋକ appeared first on Odisha.News.
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର – ଗତକାଲି ରାତିରେ ସୋନପୁରର ବହୁ ପରିଚିତ ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ କୁମାର ଦିଗାଲ ( ୫୪) ଙ୍କ ପରଲୋକ ଘଟିଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସମେତ ସୋନପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଦିଗାଲ ଦୀର୍ଘ ୨୩ ବର୍ଷ ଧରି ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ସହିତ ବୃଦ୍ଧା ଶ୍ରମ ଓ ଶିଶୁ ଶ୍ରମରେ ନିଷ୍ଠାର ସହ ସେବା ଯୋଗାଇ ଆସିଥିଲେ। ସ୍ଵଚ୍ଛ ଭାରତ ସଂଗଠନ, କୋଶଳ ହାଇସ୍କୁଲ ସମେତ ବିଭିନ୍ନ ସାମାଜିକ ସଂଗଠନରେ ସାମିଲ ରହି ଜଣେ ଶୃଙ୍ଖଳିତ ସଭ୍ୟ ଭାବେ କାର୍ଯ୍ୟ କରି ସବୁଠି ପରିଚୟ ସୃଷ୍ଟି କରି ଥିଲେ। ଜିଲ୍ଳା ପ୍ରଶାସନର ଗାନ୍ଧୀ ଜୟନ୍ତୀ ଓ ବିଭିନ୍ନ ଉତ୍ସବ ସମେତ ବେସରକାରୀ ସଂସ୍ଥା ମାନଙ୍କରେ ମଧ୍ଯ ଶ୍ରୀ ଦିଗାଲ ସର୍ବ ଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମରେ ସକ୍ରିୟ ସାମିଲ ରହି ସାରା ବିଶ୍ଵକୁ ସର୍ବ ଧର୍ମର ଏକତା ଓ ଭାଇଚାରା ର ବାର୍ତ୍ତା ପହଞ୍ଚାଇବାରେ ଉଲ୍ଲେଖନୀୟ ଭୂମିକା ରଖି ପାରିଥିଲେ। ଗତକାଲି ପଟାଭାଡ଼ି ଚର୍ଚ୍ଚ ର ସଭାପତି ପୁର୍ଣ୍ଣ ଚନ୍ଦ୍ର ଲିମା, ସମ୍ପାଦକ ଏଲ ପ୍ରେମାନିଧି, ରାକେଶ ନାଗ, ସରୋଜ ବାଗ, ବଲାଙ୍ଗିରର ପାଷ୍ଟର ସିଂ ଙ୍କ ସମେତ ପାଖ ପଡୋଶୀ ଜିଲ୍ଲାର ଖ୍ରୀଷ୍ଟିଆନ ଓ ବିଭିନ୍ନ ଧର୍ମର ଲୋକେ ଯୋଗ ଦେଇ ସ୍ୱର୍ଗୀୟ ଦିଗାଲ ଙ୍କ ଅନ୍ତିମ୍ ଦର୍ଶନ କରିଥିଲେ।
The post ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ ଦିଗାଲ ଙ୍କ ପରଲୋକ appeared first on Odisha.News.