‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଏବଂ ଆପଣ ସମସ୍ତେ ମୋତେ ବହୁତ ଆଶୀର୍ବାଦ ଦେଇଛନ୍ତି। ବୋଧହୁଏ କୌଣସି ବ୍ୟକ୍ତି ତାଙ୍କ ଜୀବନରେ କଳ୍ପନା ମଧ୍ୟ କରିପାରୁନାହାନ୍ତି ଯେ, ଈଶ୍ୱରଙ୍କ ରୂପରେ ଥିବା ଲୋକମାନେ […] The post ‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’ appeared first on Dharitri Odia News.

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଏବଂ ଆପଣ ସମସ୍ତେ ମୋତେ ବହୁତ ଆଶୀର୍ବାଦ ଦେଇଛନ୍ତି।

ବୋଧହୁଏ କୌଣସି ବ୍ୟକ୍ତି ତାଙ୍କ ଜୀବନରେ କଳ୍ପନା ମଧ୍ୟ କରିପାରୁନାହାନ୍ତି ଯେ, ଈଶ୍ୱରଙ୍କ ରୂପରେ ଥିବା ଲୋକମାନେ ଏତେ ଆଶୀର୍ବାଦ ପାଇବା ଉଚିତ ଏବଂ ଏହି ଆଶୀର୍ବାଦ ପ୍ରତିବର୍ଷ ବୃଦ୍ଧି ପାଉଛି। ମୁଁ ମଉଜ ମଜଲିସ୍‌ କରିବା ପାଇଁ ଜନ୍ମ ହୋଇନାହିଁ, ମୁଁ ନିଜ ପାଇଁ ବଞ୍ଚିବାକୁ ଚାହେଁ ନାହିଁ। ଆପଣମାନଙ୍କର ସେବା କରିବାର ସଂକଳ୍ପ ସହିତ, ମୁଁ ମହାନ ଭାରତ ମାତାର ୧୪୦ କୋଟି ଦେଶବାସୀଙ୍କୁ ସେବା କରିବାକୁ ଆସିଛି।

ମୋଦି ଆହୁରି କହିଛନ୍ତି ଯେ, ଏକ ବିକଶିତ ଭାରତ ତିଆରି କରିବା, ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ମୋଦି ଦିନରାତି କାର୍ଯ୍ୟ କରୁଛନ୍ତି। ମୁଁ ଏହା ନିଜ ପାଇଁ ନୁହେଁ ବରଂ ମୋର ପ୍ରିୟ ଲୋକଙ୍କ ପାଇଁ କରୁଛି। ମୋର ନିଜର ଅର୍ଥ – ମୋର ଭାରତ, ମୋ ପରିବାର। ମୁଁ ଆପଣମାନଙ୍କର ସ୍ବପ୍ନ ପାଇଁ ନିଷ୍ଠା ସହିତ ବଞ୍ଚୁଛି। ମୁଁ ଟିଏମ୍‌ସି ସରକାରଙ୍କୁ ପଚାରିବାକୁ ଚାହେଁ, ସନ୍ଦେଶଖାଲିରେ ଆମର ଦଳିତ ଭଉଣୀମାନଙ୍କ ସହ କାହିଁକି ଏତେ ବଡ଼ ଅପରାଧ ଘଟିଲା? ସମଗ୍ର ଦେଶ କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଥିଲା, କିନ୍ତୁ ଟିଏମ୍‌ସି ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଥିଲା। କେବଳ ସେହି ଅପରାଧୀଙ୍କ ନାମ ଶାହାଜାହାନ ଶେଖ୍‌ ଥିବାରୁ।

The post ‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’ appeared first on Dharitri Odia News.