ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା

ପୁଣେ,୨୧।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଶରଦ ପାୱାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କୁ ରାଜନୈତିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। ମରାଠା ସଂରକ୍ଷଣ ଉପରେ ସେ ଶରଦ ପାୱାରଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସମୟରେ ହିଁ ମରାଠା ସଂରକ୍ଷଣ ଅଦୃଶ୍ୟ ହୋଇଯାଇଥିଲା। ସେ କହିଛନ୍ତି, ମୁଁ ଅତି ସତର୍କତାର ସହିତ ଚିନ୍ତା କରିବା ପରେ ଏହା କହୁଛି ଯେ ଯେତେବେଳେ ବି ମହାରାଷ୍ଟ୍ରରେ ଭାଜପା ସରକାର କ୍ଷମତାକୁ ଆସେ, ସେତେବେଳେ […] The post ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା appeared first on Dharitri Odia News.

ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା

ପୁଣେ,୨୧।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଶରଦ ପାୱାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କୁ ରାଜନୈତିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। ମରାଠା ସଂରକ୍ଷଣ ଉପରେ ସେ ଶରଦ ପାୱାରଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସମୟରେ ହିଁ ମରାଠା ସଂରକ୍ଷଣ ଅଦୃଶ୍ୟ ହୋଇଯାଇଥିଲା। ସେ କହିଛନ୍ତି, ମୁଁ ଅତି ସତର୍କତାର ସହିତ ଚିନ୍ତା କରିବା ପରେ ଏହା କହୁଛି ଯେ ଯେତେବେଳେ ବି ମହାରାଷ୍ଟ୍ରରେ ଭାଜପା ସରକାର କ୍ଷମତାକୁ ଆସେ, ସେତେବେଳେ ମରାଠା ସଂରକ୍ଷଣ ପାଇବେ ଏବଂ ଯେତେବେଳେ ବି ଶରଦ ପାୱାର ସରକାର କ୍ଷମତାକୁ ଆସନ୍ତି, ମରାଠା ସଂରକ୍ଷଣ ଅଦୃଶ୍ୟ ହୋଇଯାଏ।
ପୁଣେରେ ଭାଜପା ମହାରାଷ୍ଟ୍ରର ରାଜ୍ୟ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ୨୦୧୪ରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଭାବରେ ଆପଣ ମରାଠା ସଂରକ୍ଷଣ ପାଇଛନ୍ତି ଏବଂ ଯଦି ଆପଣ ମରାଠା ସଂରକ୍ଷଣ ଜାରି ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଭାଜପାକୁ ଜିତାଇବାକୁ ପଡିବ।

The post ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା appeared first on Dharitri Odia News.