ସୁଭଦ୍ରା ରଥର ଶୁଭାରମ୍ଭ କଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ସଚେତନତା ନିମନ୍ତେ ଜିଲ୍ଲାରେ ୩ ଗୋଟି ସୁଭଦ୍ରା ରଥକୁ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର, ଓଡିଶା ଡ. ମୁକେଶ ମହାଲିଙ୍ଗ ଓ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି। ଏହି ସୁଭଦ୍ରା ରଥ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ଯୋଜନା ସମ୍ୱନ୍ଧରେ […] The post ସୁଭଦ୍ରା ରଥର ଶୁଭାରମ୍ଭ କଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ସଚେତନତା ନିମନ୍ତେ ଜିଲ୍ଲାରେ ୩ ଗୋଟି ସୁଭଦ୍ରା ରଥକୁ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର, ଓଡିଶା ଡ. ମୁକେଶ ମହାଲିଙ୍ଗ ଓ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି। ଏହି ସୁଭଦ୍ରା ରଥ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ଯୋଜନା ସମ୍ୱନ୍ଧରେ ସଚେତନତା କରିବ। ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ଜିଲ୍ଳାର ସମସ୍ତ ବ୍ଲକ ଅଞ୍ଚଳ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପରେ ମନ୍ତ୍ରୀ ଓ ବିଧାୟକ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ଓ ରୂପାୟନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ବୈଠକରେ ଯୋଗଦାନ କରି ଏହି ଯୋଜନା ରାଜ୍ୟରେ ଏକ ଯୁଗାନ୍ତକାରୀ ଯୋଜନା ହୋଇଥିବା ବେଳେ ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟ ମୁକ୍ତ, ଆବେଦନ ନିମନ୍ତେ ସମୟ ସୀମାରେ କୌଣସି ନିର୍ଦ୍ଧିଷ୍ଟ ଅବଧି ନାହିଁ, ଏହି ଯୋଜନାରେ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା ଏଣୁ ଆବେଦନ ନିମନ୍ତେ କୌଣସି ପ୍ରକାର ଅଧର୍ଯ୍ୟ ନ ହୋଇ ହିତାଧିକାରୀ ଯେ କୌଣସି ଦିନରେ ମଧ୍ୟ ସାମିଲ ହୋଇ ପାରିବେ ବୋଲି କହିଥିଲେ। ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ଯୋଜନା ର ସଫଳତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ କହିବା ସହ ଏହାକୁ ସଫଳ କରିବାକୁ ଜିଲ୍ଲାବାସୀ ଙ୍କୁ ଆହ୍ୱାନ କରିଥିଲେ। ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ବୈଠକରେ ସ୍ୱାଗତ କରିବା ସହ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସ୍ତରୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଡିଏସଡବ୍ଲୁଓ ଅନୁପମା ପଣ୍ଡା, ଜିଲ୍ଲା ସ୍ତରୀୟ ଅଧିକାରୀ, ମିଶନ ଶକ୍ତି ସଦସ୍ୟା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସାମ୍ବାଦିକ, ପ୍ରମୁଖ ଉପସ୍ଥିତ ରହିଥିଲେ।
The post ସୁଭଦ୍ରା ରଥର ଶୁଭାରମ୍ଭ କଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ appeared first on Odisha.News.