ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଛାତ ଉପରେ ଥିବା ଅଜବେଷ୍ଟସ୍ ଘରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ନାମ କୁମାର ଜିତେନ (୩୦ ବର୍ଷ)। ସେ ପେଶାରେ ଜଣେ ଡ୍ରାଇଭର୍। ସେ ପୂର୍ବରୁ ବିବାହିତ ଏବଂ ୩ ସନ୍ତାନଙ୍କ ବାପା। ନିକଟରେ ସେ ପ୍ରଥମ […] The post ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha.News.

ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଛାତ ଉପରେ ଥିବା ଅଜବେଷ୍ଟସ୍ ଘରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତ ଯୁବକଙ୍କ ନାମ କୁମାର ଜିତେନ (୩୦ ବର୍ଷ)। ସେ ପେଶାରେ ଜଣେ ଡ୍ରାଇଭର୍। ସେ ପୂର୍ବରୁ ବିବାହିତ ଏବଂ ୩ ସନ୍ତାନଙ୍କ ବାପା। ନିକଟରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଆତ୍ମହତ୍ୟା କରିଥିବା ମହିଳାଙ୍କ ସହ ରହୁଥିଲେ।
ଉକ୍ତ ମହିଳା ଜଣଙ୍କ ମଧ୍ୟ ପୂର୍ବରୁ ବିବାହିତା। ସେ ତାଙ୍କ ସ୍ଵାମୀଙ୍କୁ ଛାଡ଼ି ଜିତେନଙ୍କ ସହ ଆସି ରହୁଥିଲେ। ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ପଡ଼ି ଦୁହେଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ି ନାହିଁ।
The post ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha.News.