ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌

ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହି ମ୍ୟାଚ ସହିତ ଅଶ୍ୱିନୀ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ ହିଁ ୪ ଉଇକେଟ ନେଇଥିଲେ। ଅଶ୍ୱିନ ତାଙ୍କ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ଏକ ଉଇକେଟ ନେଇଥିଲେ। ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ବଲ୍‌ରେ କେକେଆର ଅଧିନାୟକ […] The post ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌ appeared first on Dharitri Odia News.

ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌

ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହି ମ୍ୟାଚ ସହିତ ଅଶ୍ୱିନୀ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ ହିଁ ୪ ଉଇକେଟ ନେଇଥିଲେ। ଅଶ୍ୱିନ ତାଙ୍କ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ଏକ ଉଇକେଟ ନେଇଥିଲେ।

ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ବଲ୍‌ରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ କରି ଏହି ସଫଳତା ହାସଲ କରିଥିଲେ। ଅଶ୍ୱିନ ମୁମ୍ବାଇ ପାଇଁ ତାଙ୍କ ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ ନେଇଥିବା ଚତୁର୍ଥ ବୋଲର ହୋଇଥିଲେ। ଅଶ୍ୱିନୀଙ୍କ ପୂର୍ବରୁ ମୁମ୍ବାଇ ପାଇଁ ଅଲି ମୁର୍ତାଜା, ଆଲଜାରି ଯୋସେଫ ଏବଂ ଡେୱାଲ୍ଡ ବ୍ରେଭିସ ସେମାନଙ୍କ ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ ନେଇଛନ୍ତି। ଅଶ୍ୱିନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ KKR ଦଳ ମାତ୍ର ୧୧୬ ରନରେ ଅଲଆଉଟ ହୋଇଯାଇଥିଲା। ରାହାଣେଙ୍କ ବ୍ୟତୀତ ଅଶ୍ୱିନୀ ରିଙ୍କୁ ସିଂହ, ମନୀଷ ପାଣ୍ଡେ ଏବଂ ଆନ୍ଦ୍ରେ ରସେଲଙ୍କ ଉଇକେଟ ନେଇଥିଲେ।

ଅଶ୍ୱିନ କୁମାର ଡେବ୍ୟୁ ମ୍ୟାଚ୍‌ରେ ତିନି ଓଭରରେ ୧୧ ରନ ଦେଇ ୪ଟି ଉଇକେଟ ନେଇଥିଲେ। ଏହା ଆଇପିଏଲ ଇତିହାସରେ ଡେବ୍ୟୁରେ ଜଣେ ବୋଲରଙ୍କ ଚତୁର୍ଥ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଅଶ୍ୱିନୀଙ୍କ ଏହି ପ୍ରଦର୍ଶନ ଡେବ୍ୟୁରେ ଯେକୌଣସି ଭାରତୀୟଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆଇପିଏଲ ଡେବ୍ୟୁରେ ସର୍ବଶ୍ରେଷ୍ଠ ପ୍ରଦର୍ଶନର ରେକର୍ଡ ଆଲଜାରି ଯୋସେଫଙ୍କ ନାମରେ ଅଛି, ଯିଏ ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ସମୟରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨ ରନ ଦେଇ ୬ଟି ଉଇକେଟ ନେଇଥିଲେ।

 

The post ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌ appeared first on Dharitri Odia News.