ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍ପି କଲେ ବଡ଼ ଖୁଲାସା
ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପରେ ପୁରୀ ସୁପେରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସ୍ପି) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛନ୍ତି। ପୁରୀ ଏସ୍ପିଙ୍କ କହିବା ଅନୁସାରେ, ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ଏକ ପରିତ୍ୟକ୍ତ ଘରେ ଏକାଠି ବସାଇ ଥଣ୍ଡା […] The post ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍ପି କଲେ ବଡ଼ ଖୁଲାସା appeared first on Dharitri Odia News.
ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପରେ ପୁରୀ ସୁପେରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସ୍ପି) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛନ୍ତି।
ପୁରୀ ଏସ୍ପିଙ୍କ କହିବା ଅନୁସାରେ, ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ଏକ ପରିତ୍ୟକ୍ତ ଘରେ ଏକାଠି ବସାଇ ଥଣ୍ଡା ପିଆଇଥିଲେ।
ଟେନିସ୍ ବଲ୍ କିଣିବା ପାଇଁ ୧୦୦ ଟଙ୍କା ଦେଇଥିଲା, ଶ୍ବାସରୁଦ୍ଧ କରି ସେଫ୍ଟିକ ଟାଙ୍କିରେ ପକାଇ ଦେଇଥିଲା। ତେବେ ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ସ୍ପଷ୍ଟ ହୋଇନି।
ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି ଏବଂ ଅନ୍ୟ ସମ୍ଭାବ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସୁପାରିଶ ଜାରି ରହିଛି। ଏସ୍ପି ଆହୁରି କହିଛନ୍ତି ଯେ, ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଚାଲିଛି ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ।
ଏହି ହତ୍ୟାକାଣ୍ଡ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପୋଲିସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ତଦନ୍ତରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
The post ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍ପି କଲେ ବଡ଼ ଖୁଲାସା appeared first on Dharitri Odia News.