ଡ୍ରାଇଭରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ, ଏଯାଁଏ ମିଳିନି ପତ୍ତା- ପରିବହନ ବିଭାଗ ଯୁଗ୍ମ କମିଶନର

ଯାଜପୁର ୧୬।୦୪ : ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାର ତଦନ୍ତ ଜାରି । ଡ୍ରାଇଭରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ । ଏଯାଏଁ ଡ୍ରାଇଭରଙ୍କୁ ଠାବ କରାଯାଇପାରିନାହିଁ । ମୋବାଇଲ୍‌ ଫୋନ୍‌ ବ୍ୟବହାର କିମ୍ବା ଓଭରଟେକ୍‌ ଲାଗି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଚଣ୍ଡିଖୋଲ ଆରଟିଓ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପରିବହନ ବିଭାଗ ଯୁଗ୍ମ କମିଶନର ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର କୁଆଖିଆରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାର ହୋଇଥିଲା ଶିକାର । କାଳିଆନନା ନାମକ ଏକ ବସ୍‌ କୋଲକାତା ଅଭିମୁଖେ ଯାଉଥିଲା । ଅଧାରାସ୍ତାରେ ଏହି ଦୁର୍ଘଟଣା ଘଟିବା ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ କଟକ ଏସ୍‌ସିବି ଏବଂ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ଡ୍ରାଇଭରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ, ଏଯାଁଏ ମିଳିନି ପତ୍ତା- ପରିବହନ ବିଭାଗ ଯୁଗ୍ମ କମିଶନର

ଯାଜପୁର ୧୬।୦୪ : ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାର ତଦନ୍ତ ଜାରି । ଡ୍ରାଇଭରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ । ଏଯାଏଁ ଡ୍ରାଇଭରଙ୍କୁ ଠାବ କରାଯାଇପାରିନାହିଁ । ମୋବାଇଲ୍‌ ଫୋନ୍‌ ବ୍ୟବହାର କିମ୍ବା ଓଭରଟେକ୍‌ ଲାଗି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଚଣ୍ଡିଖୋଲ ଆରଟିଓ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପରିବହନ ବିଭାଗ ଯୁଗ୍ମ କମିଶନର ଏହି ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ଯାଜପୁର କୁଆଖିଆରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାର ହୋଇଥିଲା ଶିକାର । କାଳିଆନନା ନାମକ ଏକ ବସ୍‌ କୋଲକାତା ଅଭିମୁଖେ ଯାଉଥିଲା । ଅଧାରାସ୍ତାରେ ଏହି ଦୁର୍ଘଟଣା ଘଟିବା ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ କଟକ ଏସ୍‌ସିବି ଏବଂ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।