ଡ୍ରିମ୍ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ
ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି ହାସଲ କରିଛନ୍ତି। ଏପରିକି ଡ୍ରିମ୍ସ ପରିସରରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସଂଖ୍ୟାଧିକ ଛାତ୍ର ସଫଳତା ହାସଲ କରିଥିଲାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ହ୍ୟୁଣ୍ଡାଇର ଅଧିକୃତ ଶୋ’ରୁମ୍ ଓ ୱାର୍କଶପ୍ ଆଦିରେ ନିଯୁକ୍ତି ନିମନ୍ତେ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ […] The post ଡ୍ରିମ୍ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ appeared first on Dharitri Odia News.
ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି ହାସଲ କରିଛନ୍ତି। ଏପରିକି ଡ୍ରିମ୍ସ ପରିସରରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସଂଖ୍ୟାଧିକ ଛାତ୍ର ସଫଳତା ହାସଲ କରିଥିଲାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ହ୍ୟୁଣ୍ଡାଇର ଅଧିକୃତ ଶୋ’ରୁମ୍ ଓ ୱାର୍କଶପ୍ ଆଦିରେ ନିଯୁକ୍ତି ନିମନ୍ତେ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ମେଗା କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ହ୍ୟୁଣ୍ଡାଇର ସର୍ଭିସ ଟ୍ରେନିଂ ମୁଖ୍ୟ ପ୍ରଣୟ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପାଇଁ ମନୋନୀତ ଛାତ୍ରଙ୍କ ବୈଷୟିକ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଉତ୍କଳ ହ୍ୟୁଣ୍ଡାଇ, ଓଏସ୍ଏଲ ହ୍ୟୁଣ୍ଡାଇ ଓ ଇନ୍ଫିନିଟ୍ ହ୍ୟୁଣ୍ଡାଇର ବରିଷ୍ଠ କର୍ମଚାରୀ ଓ ମାନବ ସମ୍ବଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଅପରପକ୍ଷରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ନିର୍ଦ୍ଦେଶକ (ଛାତ୍ର କଲ୍ୟାଣ) ଲୋକନାଥ ବେହେରା ପ୍ରମୁଖ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଡ୍ରିମ୍ସ ଆଇଟିଆଇର ଅଧ୍ୟକ୍ଷ ଇଂ. ପ୍ରଶାନ୍ତ କୁମାର ନାୟକ ଏବଂ ପ୍ରଶିକ୍ଷକ ତପସ୍ବୀ କୁମାର ଆଚାର୍ଯ୍ୟ, ଯୁଧିଷ୍ଠିର ସାହୁ, ରବିନାରାୟଣ ପାତ୍ର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
The post ଡ୍ରିମ୍ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ appeared first on Dharitri Odia News.