ତକିଆ-ବେଡସିଟ୍ ଧରି ବିଧାନସଭାରୁ ବାହାରିଲେ ବିଧାୟକ
ବେଙ୍ଗାଲୁରୁ,୨୫।୭:କର୍ନାଟକ ବିଧାନସଭାରେ ଗୁରୁବାର ସକାଳେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନେକ ବିଧାୟକ ନିଜ ତକିଆ ଏବଂ ବେଡସିଟ ସହିତ ଘର ଭିତରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା। ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକ ଶୋଇବା ପରେ ଉଠିବା ସହ ଜିନିଷପତ୍ର ବାହାରକୁ ନେଇଥିବାର ଦେଖାଯାଇଥିଲା। ବିଧାୟକଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ, ମହୀଶୁର ନଗର ଉନ୍ନୟନ ପ୍ରାଧିକରଣରେ ନକଲି ଜମି ଆବଣ୍ଟନ ଉପରେ […] The post ତକିଆ-ବେଡସିଟ୍ ଧରି ବିଧାନସଭାରୁ ବାହାରିଲେ ବିଧାୟକ appeared first on Dharitri Odia News.
ବେଙ୍ଗାଲୁରୁ,୨୫।୭:କର୍ନାଟକ ବିଧାନସଭାରେ ଗୁରୁବାର ସକାଳେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନେକ ବିଧାୟକ ନିଜ ତକିଆ ଏବଂ ବେଡସିଟ ସହିତ ଘର ଭିତରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା। ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକ ଶୋଇବା ପରେ ଉଠିବା ସହ ଜିନିଷପତ୍ର ବାହାରକୁ ନେଇଥିବାର ଦେଖାଯାଇଥିଲା। ବିଧାୟକଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ମହୀଶୁର ନଗର ଉନ୍ନୟନ ପ୍ରାଧିକରଣରେ ନକଲି ଜମି ଆବଣ୍ଟନ ଉପରେ ଭାଜପା ଆଲୋଚନା କରିବାକୁ ଦାବି କରିଥିଲା। ତେବେ ଯେତେବେଳେ ବିରୋଧୀ ଏଥିପାଇଁ ଅନୁମତି ପାଇ ନ ଥିଲେ ବିଧାୟକମାନେ ବିଧାନସଭା ଏବଂ ବିଧାନ ପରିଷଦ ଭିତରେ ଦିନରାତି ଧର୍ମଘଟ ଘୋଷଣା କରିଥିଲେ। ଭାଜପା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମହୀଶୁର ନଗର ଉନ୍ନୟନ ପ୍ରାଧିକରଣରେ ଏକ ଜମି ଆବଣ୍ଟିତ କରାଯାଇଛି। ଦଳ ବିଧାନସଭାରେ ଏହି ବିଷୟରେ ଆଲୋଚନା କରିବାକୁ ଦାବି କରିଛି।
ଶୁକ୍ରବାର ଦିନ ବିଧାନସଭା ଅଧିବେଶନ ଶେଷ ହେବାର ସ୍ଥିର ହୋଇଥିଲେ ମଧ୍ୟ ବିରୋଧୀଙ୍କୁ ଉଭୟ ଗୃହରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।
The post ତକିଆ-ବେଡସିଟ୍ ଧରି ବିଧାନସଭାରୁ ବାହାରିଲେ ବିଧାୟକ appeared first on Dharitri Odia News.