ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ ପ୍ରାୟ ୨.୯୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୫ ଶହରୁ ଅଧିକ ବ୍ୟବସାୟୀ ଉପକୃତ ହେବେ ବୋଲି ଜଣାପଡିଛି। ସେହିପରି ଏଥିରେ ମୋଟ ୨୫୦ଟି ଦୋକାନ ଘର ର୍ନିମାଣ ହେବ। ପନିପରିବା, ଆମିଷ ଓ ଫଳମୂଳ ପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ଓ ଛୋଟ ବେପାରୀଙ୍କ ପାଇଁ ପିଣ୍ଡି […] The post ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ appeared first on Dharitri Odia News.

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ ପ୍ରାୟ ୨.୯୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୫ ଶହରୁ ଅଧିକ ବ୍ୟବସାୟୀ ଉପକୃତ ହେବେ ବୋଲି ଜଣାପଡିଛି। ସେହିପରି ଏଥିରେ ମୋଟ ୨୫୦ଟି ଦୋକାନ ଘର ର୍ନିମାଣ ହେବ। ପନିପରିବା, ଆମିଷ ଓ ଫଳମୂଳ ପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ଓ ଛୋଟ ବେପାରୀଙ୍କ ପାଇଁ ପିଣ୍ଡି ବ୍ୟବସ୍ଥା ରହିଛି। ସମାରୋହରେ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, ଭବାନୀପାଟଣା ପୌରପାଳିକା ଭାରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଭାରତୀୟ ପ୍ରଶାସନିକ ସେବା (ପ୍ରବେସନ) ଅଧିକାରୀ କସ୍ତୁରୀ ପଣ୍ଡା, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପର୍ଣ୍ଣା ରାଉତ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

The post ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ appeared first on Dharitri Odia News.