ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି ରାଜ୍ୟ । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍ । ଗତ କିଛି ଦିନ ହେଲା ଦିନ ତମାମ ଆକାଶରୁ ଅଗ୍ନି ବର୍ଷା ହେଉଥିବା ଭଳି ମନେ ହେଉଛି । ସକାଳୁ ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ […] The post ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ appeared first on KNews Odisha.

ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ
Temperature in Bhubaneswar

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି ରାଜ୍ୟ । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍ । ଗତ କିଛି ଦିନ ହେଲା ଦିନ ତମାମ ଆକାଶରୁ ଅଗ୍ନି ବର୍ଷା ହେଉଥିବା ଭଳି ମନେ ହେଉଛି । ସକାଳୁ ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଶୁକ୍ରବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ ହୋଇଛି ।  ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗଳି ଅନୁଭୂତ ହେଉଛି  ।

ସେପଟେ ଆଜିଠୁ କାଳବୈଶାଖୀ ବର୍ଷାର ପ୍ରଭାବ ରହିଛି ।  ଆଜି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ହେଲେ ବି ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ବର୍ଷା ଯୋଗୁଁ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟ ୪-୫ ଡିଗ୍ରୀ ସେଲସିୟସ ହ୍ରାସ ହୋଇଥିବାବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି । ୧୮ ତାରିଖ ପର୍ଯ୍ୟନ୍ତ ଏହି ଆଲର୍ଟ ଜାରି କରାଯାଇଛି । ସପ୍ତାହେ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

 

ଆହୁରି ପଢ଼ନ୍ତୁ : କାଳବୈଶାଖୀର କରାଳ ରୂପ: ରେଢ଼ାଖୋଲରେ ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ

The post ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ appeared first on KNews Odisha.