ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ
ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ରାଠୋର ହୁସେନ୍ଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଏକ୍ସରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି। ସେହିପରି ତବଲା ମାଷ୍ଟ୍ରୋ ହୁସେନ୍ଙ୍କ ମୃତ୍ୟୁକୁ ନେଇ କୃଷି ମନ୍ତ୍ରୀ ଶିବରାଜ ସିଂ ଚୋୖହ୍ୱାନଙ୍କୁ […] The post ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ appeared first on Dharitri Odia News.
ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।
ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ରାଠୋର ହୁସେନ୍ଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଏକ୍ସରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି।
ସେହିପରି ତବଲା ମାଷ୍ଟ୍ରୋ ହୁସେନ୍ଙ୍କ ମୃତ୍ୟୁକୁ ନେଇ କୃଷି ମନ୍ତ୍ରୀ ଶିବରାଜ ସିଂ ଚୋୖହ୍ୱାନଙ୍କୁ ସମବେଦନା ଜଣାଇଛନ୍ତି।
ଭାରତର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କ ମଧ୍ୟରୁ ଜାକିର ହୁସେନ ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମ ଭୂଷଣ ଏବଂ ୨୦୨୩ ରେ ପଦ୍ମଭୂଷଣ ଗ୍ରହଣ କରିଥିଲେ।
ଗତ ଦୁଇ ସପ୍ତାହ ଧରି ହୃଦଘାତ ଜନିତ ସମସ୍ୟା ପାଇଁ ତାଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
The post ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ appeared first on Dharitri Odia News.