ଫେରୁଛି ହକି ଇଣ୍ଡିଆ ଲିଗ୍‌: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍

ଭୁବନେଶ୍ୱର, ୧୨।୭: ପୁଣି ଫେରୁଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଏହି ଲିଗ୍‌ ପୁଣି ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୭ କିମ୍ବା ୨୮ ତାରିଖରେ ସଂସ୍କରଣ ଆରମ୍ଭ ହୋଇ ଫେବୃଆରୀ ୧ ପର୍ଯ୍ୟନ୍ତ ଚାଲିବ। ଏଥର ପୁରୁଷ ଏବଂ ମହିଳା ଟିମ୍‌ ଲିଗ୍‌ରେ ସାମିଲ ହେବେ। ପୁରୁଷ ଏଚ୍‌ଆଇଏଲ୍‌ରେ ୮ଟି ଏବଂ ମହିଳା ଲିଗ୍‌ରେ ୬ଟି ଦଳ […] The post ଫେରୁଛି ହକି ଇଣ୍ଡିଆ ଲିଗ୍‌: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍ appeared first on Dharitri Odia News.

ଫେରୁଛି ହକି ଇଣ୍ଡିଆ ଲିଗ୍‌: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍

ଭୁବନେଶ୍ୱର, ୧୨।୭: ପୁଣି ଫେରୁଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଏହି ଲିଗ୍‌ ପୁଣି ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୭ କିମ୍ବା ୨୮ ତାରିଖରେ ସଂସ୍କରଣ ଆରମ୍ଭ ହୋଇ ଫେବୃଆରୀ ୧ ପର୍ଯ୍ୟନ୍ତ ଚାଲିବ। ଏଥର ପୁରୁଷ ଏବଂ ମହିଳା ଟିମ୍‌ ଲିଗ୍‌ରେ ସାମିଲ ହେବେ। ପୁରୁଷ ଏଚ୍‌ଆଇଏଲ୍‌ରେ ୮ଟି ଏବଂ ମହିଳା ଲିଗ୍‌ରେ ୬ଟି ଦଳ ଅଂଶଗ୍ରହଣ କରିବେ। ଦୁଇଟି ଭେନ୍ୟୁ ରାଉରକେଲା ଓ ରାଞ୍ଚିରେ ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେବ। ଓଡ଼ିଶାରୁ ଦଳ ଆଗାମୀ ଲିଗ୍‌ରେ ସାମିଲ ରହିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଏଚ୍‌ଆଇଏଲ୍‌ ଶେଷଥର ପାଇଁ ୨୦୧୭ରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ୨୦୧୩ରେ ରାଞ୍ଚତ୍ ରାଇନୋଜ୍‌, ୨୦୧୪ରେ ଦିଲ୍ଲୀ ଓ୍ବେଭରାଇଡର୍ସ, ୨୦୧୫ରେ ରାଞ୍ଚତ୍ ରେଜ୍‌ ଓ ୨୦୧୬ରେ ପଞ୍ଜାବ ଓ୍ବାରିୟର୍ସ ଚାମ୍ପିୟନ ହୋଇଥିଲା।

The post ଫେରୁଛି ହକି ଇଣ୍ଡିଆ ଲିଗ୍‌: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍ appeared first on Dharitri Odia News.