ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ

ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା ନେଇ ଖବରଦାତା ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନ୍‌ଏସିର ସମସ୍ତ ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଉଥିବା ବେଳେ ଚଳିତ କାଉନସିଲ ବୈଠକରେ ଖବରଦାତାଙ୍କୁ ବାଦ୍‌ ଦିଆଯିବା ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ […] The post ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ appeared first on Dharitri Odia News.

ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ

ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା ନେଇ ଖବରଦାତା ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନ୍‌ଏସିର ସମସ୍ତ ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଉଥିବା ବେଳେ ଚଳିତ କାଉନସିଲ ବୈଠକରେ ଖବରଦାତାଙ୍କୁ ବାଦ୍‌ ଦିଆଯିବା ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ମହଲରେ ଆଶ୍ଚର୍ଯ୍ୟ ଓ ଅସନ୍ତୋଷ ସୃଷ୍ଟି କରିଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବେ ଜନସାଧାରଣଙ୍କୁ ସୂଚନା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ବୈଠକରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ବିକାଶ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଗଞ୍ଜାମ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିଲା। କିନ୍ତୁ ଏଥର ସାମ୍ବାଦିକଙ୍କୁ ବୈଠକରୁ ଦୂରେଇ ରଖିବା ସୂଚନାର ଅଧିକାର ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ, ଏହା ଜନସାଧାରଣଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଇବାର ଏକ ପ୍ରୟାସ ହୋଇପାରେ।
ଅନେକ ବାସିନ୍ଦା ଏହାକୁ ଅଗଣତାନ୍ତ୍ରିକ ପଦକ୍ଷେପ ଭାବେ ବିବେଚନା କରିଛନ୍ତି ଏବଂ ଏହା ସରକାରୀ କାର୍ଯ୍ୟକଳାପରେ ପାରଦର୍ଶିତାର ଅଭାବକୁ ପ୍ରତିଫଳିତ କରୁଛି ବୋଲି ମତ ଦେଇଛନ୍ତି। ସ୍ଥାନୀୟ ସାମ୍ବାଦିକ ସଂଘ ଏହାର ତୀବ୍ର ବିରୋଧ କରି ଘଟଣାର ସ୍ବଚ୍ଛ ତଦନ୍ତ ଦାବି କରିଛି।
ଏହି ପରିସ୍ଥିତି ଗଞ୍ଜାମରେ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି ଚର୍ଚ୍ଚା ହେଉଛି l ଏନେଇ ଏନ୍‌ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ରିସିଭ କରି ନ ଥିଲେ।

The post ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ appeared first on Dharitri Odia News.