ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ ବ୍ରଶ୍ ଧରିବାକୁ ଯାଉଛନ୍ତି। ଦିଲ୍ଲୀ ଡାକ୍ତରଙ୍କ ଏକ ସର୍ଜିକାଲ୍ ଉତ୍କର୍ଷତା ଏବଂ ଚାରିଜଣ ଜୀବନରେ ପରିବର୍ତ୍ତନ ଆଣିଥିବା ମହିଳାଙ୍କ ଅଙ୍ଗ ଦାନ ପ୍ରତିଶ୍ରୁତି ଯୋଗୁଁ ସମ୍ଭବ ହୋଇଛି। ସଫଳ ଅସ୍ତ୍ରୋପଚାର ହୋଇଥିବା ୪୫ ବର୍ଷୀୟା […] The post ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ appeared first on Dharitri Odia News.

ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ ବ୍ରଶ୍ ଧରିବାକୁ ଯାଉଛନ୍ତି। ଦିଲ୍ଲୀ ଡାକ୍ତରଙ୍କ ଏକ ସର୍ଜିକାଲ୍ ଉତ୍କର୍ଷତା ଏବଂ ଚାରିଜଣ ଜୀବନରେ ପରିବର୍ତ୍ତନ ଆଣିଥିବା ମହିଳାଙ୍କ ଅଙ୍ଗ ଦାନ ପ୍ରତିଶ୍ରୁତି ଯୋଗୁଁ ସମ୍ଭବ ହୋଇଛି।

ସଫଳ ଅସ୍ତ୍ରୋପଚାର ହୋଇଥିବା ୪୫ ବର୍ଷୀୟା ବ୍ୟକ୍ତିଙ୍କୁ ଆସନ୍ତାକାଲି ସାର୍ ଗଙ୍ଗା ରାମ ହସ୍ପିଟାଲରୁ ମୁକ୍ତ କରାଯିବ। ୨୦୨୦ ରେ ଟ୍ରେନ୍ ଦୁର୍ଘଟଣାରେ ସେ ଦୁଇ ହାତ ହରାଇଥିଲେ।

ରିପୋର୍ଟ ଅନୁଯାୟୀ ମୃତ ଘୋଷିତ ଦକ୍ଷିଣ ଦିଲ୍ଲୀର ଏକ ପୂର୍ବତନ ପ୍ରଶାସନିକ ମୁଖ୍ୟ ମୀନା ମେହେଟ୍ଟାଙ୍କ ହାତ ୪୫ ବର୍ଷ ବୟସ୍କାଙ୍କୁ ନୂଆ ଜୀବନ ଦେଇଛି। ଶ୍ରୀମତୀ ମେହେଟ୍ଟା ତାଙ୍କ ଜୀବନ କାଳରେ ତାଙ୍କ ମୃତ୍ୟୁ ପୂର୍ବରୁ ନିଜର ଅଙ୍ଗ ଦାନ କରିଥିଲେ।

ତାଙ୍କ କିଡନୀ, ଯକୃତ ଏବଂ କର୍ଣ୍ଣିଆ ଅନ୍ୟ ତିନିଜଣଙ୍କୁ ନୂଆ ଜୀବନ ପ୍ରଦାନ କରିଛି। ଯେତେବେଳେ କି ତାଙ୍କର ହାତ ଏକ ଚିତ୍ରକର ସ୍ୱପ୍ନକୁ ଏକ ଚରମ ଅବନତି ପରେ ପୁନର୍ଜୀବିତ କରିଛି। ଡାକ୍ତରୀ ଟିମ୍ ପ୍ରାୟ 12 ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି।

The post ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ appeared first on Dharitri Odia News.