ତରଭୁଜ ଖାଇବା ସମୟରେ କରନ୍ତୁନି ଏହି ସବୁ ଭୁଲ୍, ନଚେତ୍ ହୋଇପାରେ ବଡ କ୍ଷତି...
ନୂଆଦିଲ୍ଲୀ ୦୮।୦୫: ଖରାଦିନେ ତରଭୁଜର ବହୁତ ଡିମାଣ୍ଡ । ଲୋକମାନେ ତରଭୁଜ ଖାଇ ଗରମରୁ ଟିକେ ଆଶ୍ବସ୍ତି ମିଳିଯାଏ । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ପୋଟାସିୟମ୍, ଲାଇକୋପିନ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଭଳି ପୋଷକ ତତ୍ତ୍ୱ ମଧ୍ୟ ରହିଛି । ଶରୀରକୁ ହାଇଡ୍ରେଟ୍ ରଖିବା, ପାଚନ ଶକ୍ତି ଉନ୍ନତ କରିବା ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ତରଭୁଜ । କିନ୍ତୁ ଏହାକୁ ଖାଇବା ସମୟରେ କରନ୍ତୁନି ଏହି ଭୁଲ... ତରଭୁଜରେ ପ୍ରଚୁର ପରିମାଣରେ ପାଣି ଥାଏ। ଭାରୀ ଖାଦ୍ୟ ଖାଇବା ପରେ ତୁରନ୍ତ ଏହାକୁ ଖାଇଲେ ପାଚନ ସମସ୍ୟା ହୋଇପାରେ । ତରଭୁଜକୁ ରାତିରେ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ହୋଇପାରେ। ଏହା ସହିତ ମେଟାବୋଲିଜିମ୍ ଧୀର ହୋଇପାରେ । ଯାହା ବଦହଜମୀ ଏବଂ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି କରିପାରେ । କଟା ତରଭୁଜକୁ ଅଧିକ ସମୟ ଖୋଲା ରଖିଲେ ଏଥିରେ ଜୀବାଣୁ ବଢ଼ିପାରନ୍ତି । ଏହାର ସ୍ୱାଦ ଏବଂ ପୁଷ୍ଟିକରତା ହ୍ରାସ ପାଇପାରେ । ଏହାକୁ ଫ୍ରିଜରେ ବହୁତ ଦିନ ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ । ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁନି । ଏହା ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତରଭୁଜରେ ପ୍ରାକୃତିକ ଚିନି ଏବଂ ପାଣି ଥାଏ। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ । ପେଟ ଫୁଲିବା ଏବଂ ଡାଇରିଆ ଭଳି ସମସ୍ୟା ମଧ୍ୟ ହୋଇପାରେ।
ନୂଆଦିଲ୍ଲୀ ୦୮।୦୫: ଖରାଦିନେ ତରଭୁଜର ବହୁତ ଡିମାଣ୍ଡ । ଲୋକମାନେ ତରଭୁଜ ଖାଇ ଗରମରୁ ଟିକେ ଆଶ୍ବସ୍ତି ମିଳିଯାଏ । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ପୋଟାସିୟମ୍, ଲାଇକୋପିନ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଭଳି ପୋଷକ ତତ୍ତ୍ୱ ମଧ୍ୟ ରହିଛି ।

ଶରୀରକୁ ହାଇଡ୍ରେଟ୍ ରଖିବା, ପାଚନ ଶକ୍ତି ଉନ୍ନତ କରିବା ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ତରଭୁଜ । କିନ୍ତୁ ଏହାକୁ ଖାଇବା ସମୟରେ କରନ୍ତୁନି ଏହି ଭୁଲ... ତରଭୁଜରେ ପ୍ରଚୁର ପରିମାଣରେ ପାଣି ଥାଏ। ଭାରୀ ଖାଦ୍ୟ ଖାଇବା ପରେ ତୁରନ୍ତ ଏହାକୁ ଖାଇଲେ ପାଚନ ସମସ୍ୟା ହୋଇପାରେ ।

ତରଭୁଜକୁ ରାତିରେ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ହୋଇପାରେ। ଏହା ସହିତ ମେଟାବୋଲିଜିମ୍ ଧୀର ହୋଇପାରେ । ଯାହା ବଦହଜମୀ ଏବଂ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି କରିପାରେ । କଟା ତରଭୁଜକୁ ଅଧିକ ସମୟ ଖୋଲା ରଖିଲେ ଏଥିରେ ଜୀବାଣୁ ବଢ଼ିପାରନ୍ତି । ଏହାର ସ୍ୱାଦ ଏବଂ ପୁଷ୍ଟିକରତା ହ୍ରାସ ପାଇପାରେ । ଏହାକୁ ଫ୍ରିଜରେ ବହୁତ ଦିନ ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ ।

ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁନି । ଏହା ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତରଭୁଜରେ ପ୍ରାକୃତିକ ଚିନି ଏବଂ ପାଣି ଥାଏ। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ । ପେଟ ଫୁଲିବା ଏବଂ ଡାଇରିଆ ଭଳି ସମସ୍ୟା ମଧ୍ୟ ହୋଇପାରେ।