ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହଉର ହୁସେନ ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ମୁମ୍ବାଇ ଆକ୍ରମଣରେ ଆମେରିକାର କୋର୍ଟ ରାଣାଙ୍କୁ ସିଧାସଳଖ ସମ୍ପୃକ୍ତିରୁ ମୁକ୍ତ କରିବା ପରେ ଏହି ପୋଷ୍ଟ କରାଯାଇଥିଲା। ୨୦୧୧ ମସିହାରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟୁଇଟ୍‌ […] The post ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ appeared first on Dharitri Odia News.

ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହଉର ହୁସେନ ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ମୁମ୍ବାଇ ଆକ୍ରମଣରେ ଆମେରିକାର କୋର୍ଟ ରାଣାଙ୍କୁ ସିଧାସଳଖ ସମ୍ପୃକ୍ତିରୁ ମୁକ୍ତ କରିବା ପରେ ଏହି ପୋଷ୍ଟ କରାଯାଇଥିଲା।

୨୦୧୧ ମସିହାରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟୁଇଟ୍‌ କରି ଲେଖିଥିଲେ, ମୁମ୍ବାଇ ଆକ୍ରମଣରେ ତହଉର ରାଣାଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ଆମେରିକାର କୋର୍ଟ ଭାରତର ସାର୍ବଭୌମତ୍ୱର ଅପମାନ ଏବଂ ଏହା ଆମର ବୈଦେଶିକ ନୀତିର ଏକ ବଡ଼ ବିଫଳତା।

ଏହି ଟୁଇଟର ୧୪ ବର୍ଷ ପରେ ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଇଛି। ସୋସିଆଲ ମିଡିଆ ୟୁଜର୍ସମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଟୁଇଟ୍‌କୁ ଶେୟାର କରୁଛନ୍ତି ଏବଂ ତାଙ୍କୁ ପ୍ରଶଂସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ଜଣେ ୟୁଜର୍ସ ଲେଖିଛନ୍ତି, ନେତା ହେଉଛନ୍ତି ଯିଏ ତାଙ୍କ କଥା ପାଳନ କରନ୍ତି। ଆଉ ଜଣେ ୟୁଜର୍ସ କହିଛନ୍ତି, ଆପଣ ଏହା କରିଦେଖାଇଦେଲେ ସାର୍‌! ସାଲ୍ୟୁଟ ଏବଂ ଧନ୍ୟବାଦ। ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମୋଦି ଅଛନ୍ତି ତ ସବୁ ସମ୍ଭବ।

ସୂଚନାଯୋଗ୍ୟ,ରାଣାଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ସନ୍ଧ୍ୟାରେ ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ଅଣାଯାଇଥିଲା। ଏବେ ରାଣାଙ୍କୁ ୧୮ ଦିନ ପାଇଁ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତକୁ ପଠାଯାଇଛି। ତହଉର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ସେ ପୂର୍ବରୁ ପାକିସ୍ତାନ ସେନାରେ ଜଣେ ଡାକ୍ତର ଥିଲେ। ୨୦୦୮ ମୁମ୍ବାଇ ଆକ୍ରମଣରେ ତାଙ୍କ ନାମ ଉଠିଥିଲା। ଏହି ଆକ୍ରମଣରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ।

 

The post ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ appeared first on Dharitri Odia News.