ତହବୁର ରାଣାକୁ ୮ ଘଣ୍ଟା ପଚରା ଉଚରା କଲା ମୁମ୍ବାଇ ପୋଲିସ, ଜାଣନ୍ତୁ କ’ଣ କହିଛି ଆତଙ୍କୀ

ନୂଆଦିଲ୍ଲୀ ୨୬।୪: ମୁମ୍ବାଇ ପୋଲିସ ଅପରାଧ ଶାଖାର ଏକ ଟିମ୍‌ ୨୬ /୧୧ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ହୁସେନ ରାଣାକୁ ନୂଆଦିଲ୍ଲୀରେ ୮ ଘଣ୍ଟା ପଚରା ଉଚରା କରିଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଆପରାଧ ଶାଖାର ୪ ଜଣିଆ ଅଧିକାରୀ ଟିମ୍‌ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ରାଣାର କଥିତ ଭୂମିକାକୁ ନେଇ ପଚରା ଉଚରା କରିଥିଲେ। ତେବେ ରାଣା ଏଥିରେ ଟାଳଟୁଳ କରିଥିଲା ଓ ସହଯୋଗ କରିନଥିଲା।ପାକିସ୍ତାନ ଜନ୍ମିତ କାନାଡା ବ୍ୟବସାୟୀ ରାଣା (୬୪)କୁ ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ କଥିତ ଭୂମିକା ପାଇଁ ପ୍ରତ୍ୟାର୍ପିତ ହୋଇ ଆମେରିକାରୁ ଆସିଥିଲା। ସେ ଏବେ ଜାତୀୟ ରାଜଧାନୀରେ ଏନଆଇଏ ହେପାଜତରେ ଅଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ରାଣାର ଭୂମିକା ତାର ବାଲ୍ୟ ବନ୍ଧୁ ଓ ସହ ଅଭିଯୁକ୍ତ ଡେଭିଡ ହେଡଲୀକୁ ପଚରା ଉଚରା ବେଳେ ସାମ୍ନାକୁ ଆସିଥିଲା। ରାଣା ଉପରେ ହେଡଲୀ ଓରଫ ଦାଉଦ ଗିଲାନୀ ଓ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବା, ହରକତ-ଉଲ-ଜିହାଦୀ ଇସ୍ଲାମୀର ଆତଙ୍କବାଦୀ ଏବଂ ପାକିସ୍ତାନସ୍ଥିତ ଅନ୍ୟ ସହ ଷଡ଼ଯନ୍ତ୍ରକାରୀଙ୍କ ସହିତ ମିସି ୩ ଦିନ ପର୍ଯ୍ୟନ୍ତ ଭାରତର ଆର୍ଥିକ ରାଜଧାନୀ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ଅଭିଯୋଗ ରହିଛି।   

ତହବୁର ରାଣାକୁ ୮ ଘଣ୍ଟା ପଚରା ଉଚରା କଲା ମୁମ୍ବାଇ ପୋଲିସ, ଜାଣନ୍ତୁ କ’ଣ କହିଛି ଆତଙ୍କୀ

ନୂଆଦିଲ୍ଲୀ ୨୬।୪: ମୁମ୍ବାଇ ପୋଲିସ ଅପରାଧ ଶାଖାର ଏକ ଟିମ୍‌ ୨୬ /୧୧ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ହୁସେନ ରାଣାକୁ ନୂଆଦିଲ୍ଲୀରେ ୮ ଘଣ୍ଟା ପଚରା ଉଚରା କରିଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଆପରାଧ ଶାଖାର ୪ ଜଣିଆ ଅଧିକାରୀ ଟିମ୍‌ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ରାଣାର କଥିତ ଭୂମିକାକୁ ନେଇ ପଚରା ଉଚରା କରିଥିଲେ। ତେବେ ରାଣା ଏଥିରେ ଟାଳଟୁଳ କରିଥିଲା ଓ ସହଯୋଗ କରିନଥିଲା।

ପାକିସ୍ତାନ ଜନ୍ମିତ କାନାଡା ବ୍ୟବସାୟୀ ରାଣା (୬୪)କୁ ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ କଥିତ ଭୂମିକା ପାଇଁ ପ୍ରତ୍ୟାର୍ପିତ ହୋଇ ଆମେରିକାରୁ ଆସିଥିଲା। ସେ ଏବେ ଜାତୀୟ ରାଜଧାନୀରେ ଏନଆଇଏ ହେପାଜତରେ ଅଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ରାଣାର ଭୂମିକା ତାର ବାଲ୍ୟ ବନ୍ଧୁ ଓ ସହ ଅଭିଯୁକ୍ତ ଡେଭିଡ ହେଡଲୀକୁ ପଚରା ଉଚରା ବେଳେ ସାମ୍ନାକୁ ଆସିଥିଲା। 

ରାଣା ଉପରେ ହେଡଲୀ ଓରଫ ଦାଉଦ ଗିଲାନୀ ଓ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବା, ହରକତ-ଉଲ-ଜିହାଦୀ ଇସ୍ଲାମୀର ଆତଙ୍କବାଦୀ ଏବଂ ପାକିସ୍ତାନସ୍ଥିତ ଅନ୍ୟ ସହ ଷଡ଼ଯନ୍ତ୍ରକାରୀଙ୍କ ସହିତ ମିସି ୩ ଦିନ ପର୍ଯ୍ୟନ୍ତ ଭାରତର ଆର୍ଥିକ ରାଜଧାନୀ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ଅଭିଯୋଗ ରହିଛି।