ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ
ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ପାଇଁ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି। ତାରା ପ୍ରସାଦ ବାହିନୀପତିଙ୍କୁ ସସ୍ପେଣ୍ଡ କରିବାକୁ ବାଚସ୍ପତିଙ୍କ ପାଖରେ ପ୍ରସ୍ତାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଆଉ ଏହାପରେ ବାଚସ୍ପତି ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ […]

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ପାଇଁ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି।
ତାରା ପ୍ରସାଦ ବାହିନୀପତିଙ୍କୁ ସସ୍ପେଣ୍ଡ କରିବାକୁ ବାଚସ୍ପତିଙ୍କ ପାଖରେ ପ୍ରସ୍ତାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଆଉ ଏହାପରେ ବାଚସ୍ପତି ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। ସେପଟେ ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହ ଭିତରେ କଂଗ୍ରେସ ଓ ବିଜେଡିର ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ ବିଜେଡି ଓ କଂଗ୍ରେସ ଗୃହ ପରିତ୍ୟାଗ କରିଛନ୍ତି।