ତାରିଣୀ ପୀଠରେ ଜିଭ କାଟି ଭକ୍ତ ଗୁରୁତର
କେନ୍ଦୁଝର : କେନ୍ଦୁଝର ତାରିଣୀପୀଠରେ ଅଘଟଣ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜିଭ କାଟିଲେ ଭକ୍ତ । ତାରିଣୀ ମନ୍ଦିରରେ ଆଳତୀ ଚାଲିଥିବା ବେଳେ ନିଜ ଜିଭକୁ ନିଜେ ଏକ ବ୍ଲେଡ୍ ସାହାଯ୍ୟରେ କାଟି ଦେଇଛନ୍ତି ଜଣେ ଭକ୍ତ । ମାନସିକ ପୂରଣ ପାଇଁ ଏପରି କରିଥିବା ସୂଚନା ମିଳିଛି । ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ଘଟିବା ପରେ ତୁରନ୍ତ […]

କେନ୍ଦୁଝର : କେନ୍ଦୁଝର ତାରିଣୀପୀଠରେ ଅଘଟଣ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜିଭ କାଟିଲେ ଭକ୍ତ । ତାରିଣୀ ମନ୍ଦିରରେ ଆଳତୀ ଚାଲିଥିବା ବେଳେ ନିଜ ଜିଭକୁ ନିଜେ ଏକ ବ୍ଲେଡ୍ ସାହାଯ୍ୟରେ କାଟି ଦେଇଛନ୍ତି ଜଣେ ଭକ୍ତ । ମାନସିକ ପୂରଣ ପାଇଁ ଏପରି କରିଥିବା ସୂଚନା ମିଳିଛି । ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ଘଟିବା ପରେ ତୁରନ୍ତ ମନ୍ଦିର କର୍ମଚାରୀମାନେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ମା’ଙ୍କ ପୀଠରେ ମାନସିକ କରି ଜିଭ କାଟିଲେ ପ୍ରଚାରିତ ଗୁଜବ ଶୁଣି ସେ ଏପରି କରିଥିବାର ସୂଚନା ମିଳିଛି ।