ହସ୍ପିଟାଲକୁ କେନ୍ଦ୍ରର ନିର୍ଦ୍ଦେଶ, ଡାକ୍ତରଙ୍କ ଉପରେ ହିଂସାର ୬ ଘଣ୍ଟା ମଧ୍ୟରେ ଏତଲା ଦିଅ
Institution head to file fir within 6 hours of violenece against doctor

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ସୁରକ୍ଷା ଦାବି ନେଇ ଚାଲିଥିବା ଏହି ହଟ୍ଟଗୋଳ ମଧ୍ୟରେ ଦେଶର ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି କେଉଁଠାରେ ଡାକ୍ତରଙ୍କ ବିରୁଦ୍ଧରେ ହିଂସା ହେଉଛି ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଏଫଆଇଆର ଦିଅନ୍ତୁ। ମେଡିକାଲ ଇନଷ୍ଟିଚ୍ୟୁସନର ମୁଖ୍ୟ ଏହି ଅଭିଯୋଗ ଦାଖଲ କରିପାରିବେ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ସ୍ୱାଧୀନତା ଦିବସ ପୂର୍ବଦିନ ବିଳମ୍ବିତ ରାତିରେ କୋଲକାତାରେ ବ୍ୟାପକ ଶୋଭାଯାତ୍ରା ହୋଇଥିଲା। ଶତାଧିକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏପରିକି ସାଧାରଣ ଜନତା ଆନ୍ଦୋଳନକୁ ଓହ୍ଲାଇବା ସହ ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି।