ମହିଳାଙ୍କ ଅଜବ ସଉକ୍
ଲଣ୍ଡନର ଇଜ୍ଲିଙ୍ଗ୍ଟନ୍ରେ ରହୁଥିବା ଜିନ୍ ଟ୍ରେଣ୍ଡ୍ ହିଲ୍ ନାମ୍ନୀ ଜଣେ ୫୫ ବର୍ଷୀୟା ମହିଳାଙ୍କର ଅଜବ ସଉକ୍ ରହିଛି । ସେ ଜଣେ ଆର୍ଟିଷ୍ଟ ଓ ଆକ୍ଟ୍ରେସ ହୋଇଥିବା ସତ୍ତେ୍ୱ ଅଜଣା ଲୋକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଲାଗି ତାଙ୍କୁ ଖୁବ୍ ଭଲ ଲାଗେ । ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇସାରିଛନ୍ତି । ଏମିତିକି ସେ ମାସେ ମଧ୍ୟରେ ୪ରୁ ୫ଟି ଅନ୍ତିମ ସଂସ୍କାରରେ ସାମିଲ ହୁଅନ୍ତି […]

ଲଣ୍ଡନର ଇଜ୍ଲିଙ୍ଗ୍ଟନ୍ରେ ରହୁଥିବା ଜିନ୍ ଟ୍ରେଣ୍ଡ୍ ହିଲ୍ ନାମ୍ନୀ ଜଣେ ୫୫ ବର୍ଷୀୟା ମହିଳାଙ୍କର ଅଜବ ସଉକ୍ ରହିଛି । ସେ ଜଣେ ଆର୍ଟିଷ୍ଟ ଓ ଆକ୍ଟ୍ରେସ ହୋଇଥିବା ସତ୍ତେ୍ୱ ଅଜଣା ଲୋକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଲାଗି ତାଙ୍କୁ ଖୁବ୍ ଭଲ ଲାଗେ । ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇସାରିଛନ୍ତି । ଏମିତିକି ସେ ମାସେ ମଧ୍ୟରେ ୪ରୁ ୫ଟି ଅନ୍ତିମ ସଂସ୍କାରରେ ସାମିଲ ହୁଅନ୍ତି । ତାଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେହି ସମୟରେ ସଂକ୍ରମଣ କାରଣରୁ ତାଙ୍କ ବାପାଙ୍କ ଦେହାନ୍ତ ଘଟିଥିଲା । ଏହି ଦୁଃଖ ତାଙ୍କ ମନରୁ ନଲିଭୁଣୁ ଏହାର ୬ ମାସ ପରେ ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହାଫଳରେ ଜିନ୍ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ । ବାପାଙ୍କ ଅନ୍ତିମ ସଂସ୍କାର କରାଇବା ପରେ ସେ ନିଜେ ହିଁ ମା’ଙ୍କ ସଂସ୍କାରର ସମସ୍ତ ପ୍ରସ୍ତୁତି କରିଥିଲେ । ସେବେଠାରୁ ହିଁ ଲୋକେ ତାଙ୍କୁ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରିବା ଲାଗି ଡାକନ୍ତି । ତେଣୁ ଜିନ୍ ମଶାଣିରେ ହିଁ ତାଙ୍କର ସମସ୍ତ ସମୟ ବିତାଇବା ଆରମ୍ଭ କରିଦେଲେ । ମୃତ୍ୟୁ ପରେ ଯେଉଁ ବ୍ୟକ୍ତିଙ୍କର ସଂସ୍କାର କରିବା ଲାଗି କେହି ନଥାନ୍ତି, ଜିନ୍ ସେଠାକୁ ସ୍ୱୟଂ ସଂସ୍କାର କରିବା ଲାଗି ଯାଆନ୍ତି ।