ତାଲିବାନକୁ ‘ଆତଙ୍କବାଦୀ’ ତାଲିକାରୁ ହଟାଇଲା ରୁଷ୍‌

ମସ୍କୋ: ୨୦୦୩ରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଉପରେ ରୁଷିଆ ନିଷେଧାଦେଶ ଲଗାଇଥିଲା। ତାଲିବାନ୍‌ ଉପରେ ଲାଗିଥିବା ଏହି ନିଷେଧାଦେଶକୁ ରୁଷ୍‌ ହଟାଇଦେଇଛି। ଆଜି, ରୁଷ୍‌ ପ୍ରଶାସନ ତାଲିବାନ୍‌ ଉପରେ ନିଷେ‌ଧାଦେଶ ହଟାଇଥିବା ଘୋଷଣା କରିଛି। ଆଫ୍‌ଗାନିସ୍ତାନରେ ୨୦୨୧ରୁ ଚାଲିଥିବା ତାଲିବାନ ପ୍ରଶାସନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଯୋଡ଼ିବାକୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ୨୦ ବର୍ଷ ଧରି ଆଫ୍‌ଗାନିସ୍ତାନରେ ଡେରାପକାଇଥିବା ଆମେରିକା ସେନା ଅଗଷ୍ଟ ୨୦୨୧ରେ ଅଚାନକ ପ୍ରତ୍ୟାହୃତ ହୋଇଥିଲା। ଏହାପରେ ସେଠାକାର ଗାଣତାନ୍ତ୍ରିକ […]

ତାଲିବାନକୁ ‘ଆତଙ୍କବାଦୀ’ ତାଲିକାରୁ ହଟାଇଲା ରୁଷ୍‌

ମସ୍କୋ: ୨୦୦୩ରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଉପରେ ରୁଷିଆ ନିଷେଧାଦେଶ ଲଗାଇଥିଲା। ତାଲିବାନ୍‌ ଉପରେ ଲାଗିଥିବା ଏହି ନିଷେଧାଦେଶକୁ ରୁଷ୍‌ ହଟାଇଦେଇଛି।
ଆଜି, ରୁଷ୍‌ ପ୍ରଶାସନ ତାଲିବାନ୍‌ ଉପରେ ନିଷେ‌ଧାଦେଶ ହଟାଇଥିବା ଘୋଷଣା କରିଛି। ଆଫ୍‌ଗାନିସ୍ତାନରେ ୨୦୨୧ରୁ ଚାଲିଥିବା ତାଲିବାନ ପ୍ରଶାସନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଯୋଡ଼ିବାକୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ୨୦ ବର୍ଷ ଧରି ଆଫ୍‌ଗାନିସ୍ତାନରେ ଡେରାପକାଇଥିବା ଆମେରିକା ସେନା ଅଗଷ୍ଟ ୨୦୨୧ରେ ଅଚାନକ ପ୍ରତ୍ୟାହୃତ ହୋଇଥିଲା। ଏହାପରେ ସେଠାକାର ଗାଣତାନ୍ତ୍ରିକ ସରକାରକୁ ସଶସ୍ତ୍ର ବିପ୍ଲବ ଦ୍ବାରା ବଳପୂର୍ବକ ହଟାଇ ତାଲିବାନ ସଂଗଠନ ଶାସନ ଭାର ସମ୍ଭାଳିଥିଲେ। ତେବେ ଆମେରିକା ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ର ଏହି ସରକାରକୁ ସ୍ବୀକୃତି ପ୍ରଦାନ କରିନାହାନ୍ତି। ତେବେ ମାର୍ଚ୍ଚ ୨୫ରେ ତାଲିବାନ ସଂଗଠନର ଏକ ଗୋଷ୍ଠୀର ନେତା ସିରାଜୁଦ୍ଦିନ୍‌ ହକ୍କାନି ଓତାଙ୍କ ପରିବାର ଉପରୁ ଆମେରିକା ୧୦ ନିୟୁତ ‘ପୁରସ୍କାର’ ଘୋଷଣାକୁ ହଟାଇଦେଇଥିଲା। ଏହି ଘଟଣାରେ ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ତାଲିବାନ୍‌ ସହ ସମ୍ପର୍କର ସୁଧାର ନିମନ୍ତେ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।