ତିଗିରିଆରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ : ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ଆଠଗଡ଼ ୧୦।୧୨: ଆଠଗଡ଼ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ । ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ନଷ୍ଟ କରାଯାଇଛି । ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିମାଇ ଚରଣ ସିଂ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିଗିରିଆର ଭିରୁଡା ଏବଂ ପଣସ ପାଟଣାରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩୨୯୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି । ୨୭୦୫୫ ଲିଟର ଗୁଡ ପୋଚ ନଷ୍ଟ କରାଯାଇଛି । ଏ ନେଇ ୧୦ଟି ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେ‌ହିପରି ଆଠଗଡ଼ ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାମାଳ ଗ୍ରାମର ବୀରେନ ପଲେଇଙ୍କ ଠାରୁ ୧୦୫ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଠଗଡ଼ ଥାନା କେସ୍ ନଂ ୩୫୯/୨୪ ଅନୁସାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।You Can Read:ରିଜର୍ଭ ଜଙ୍ଗଲରେ ଗୋ-ମାଫିଆଙ୍କ ରାଜ୍, ଭିତରେ ଚାଲିଥିଲା କଂସେଇଖାନା   

ତିଗିରିଆରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ : ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ଆଠଗଡ଼ ୧୦।୧୨: ଆଠଗଡ଼ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ । ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ନଷ୍ଟ କରାଯାଇଛି । 

ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିମାଇ ଚରଣ ସିଂ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିଗିରିଆର ଭିରୁଡା ଏବଂ ପଣସ ପାଟଣାରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩୨୯୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି । ୨୭୦୫୫ ଲିଟର ଗୁଡ ପୋଚ ନଷ୍ଟ କରାଯାଇଛି । ଏ ନେଇ ୧୦ଟି ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେ‌ହିପରି ଆଠଗଡ଼ ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାମାଳ ଗ୍ରାମର ବୀରେନ ପଲେଇଙ୍କ ଠାରୁ ୧୦୫ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଠଗଡ଼ ଥାନା କେସ୍ ନଂ ୩୫୯/୨୪ ଅନୁସାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

You Can Read:

ରିଜର୍ଭ ଜଙ୍ଗଲରେ ଗୋ-ମାଫିଆଙ୍କ ରାଜ୍, ଭିତରେ ଚାଲିଥିଲା କଂସେଇଖାନା