ତିହାରରୁ ମୁକ୍ତ ହେବା ପରେ କେଜରିୱାଲ ଜଣାଇଲେ ଶନିବାରର କାର୍ଯ୍ୟକ୍ରମ, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ ୧୦।୫: ଦିଲ୍ଲୀ ମଦ ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ କେସ୍ରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତିହାର ଜେଲରୁ ବାହାରକୁ ବାହାରିଛନ୍ତି। ଜେଲରୁ ବାହାରି କେଜରିୱାଲ କହିଛନ୍ତି ଯେ ଆପଣମାନଙ୍କ ମଧ୍ୟକୁ ଆସି ଭଲ ଲାଗୁଛି। ମୁଁ କହିଥିଲି ନା ଜଲଦି ଆସିବି, ଏଇ ନିଅନ୍ତୁ ଆସିଗଲି। ଶନିବାର ସକାଳ ୧୧ଟା ବେଳେ କନଟ ପ୍ଲେସ୍ ହନୁମାନ ମନ୍ଦିରରେ ଭେଟ ହେବ। ସେଠାରେ ହନୁମାନଜୀଙ୍କୁ ଦର୍ଶନ କରି ଆଶିର୍ବାଦ ନେବା। ମଧ୍ୟାହ୍ନ ଗୋଟାଏ ବେଳେ ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ହେବ। 50 दिनों के बाद तिहाड़ जेल से बाहर आए CM अरविंद केजरीवाल। https://t.co/wdUhvBFCxJ— Arvind Kejriwal (@ArvindKejriwal) May 10, 2024ଏହି ଅବସରରେ କେଜରିୱାଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ ଜଜମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। କହିଥିଲେ ଆଜି ସୁପ୍ରିମକୋର୍ଟଙ୍କୁ ଯୋଗୁ ଆପଣମାନଙ୍କ ମଧ୍ୟକୁ ଆସି ପାରିଛି। ଆମେ ସମସ୍ତେ ମିଶି ଦେଶରୁ ଏକଛତ୍ରବାଦକୁ ବିଲୋପ କରିବା। ମୁଁ ତନ-ମନ-ଧନ ଦେଇ ଲଢୁଛି ଓ ଏକଛତ୍ରବାଦ ବିରୋଧରେ ସଂଘର୍ଷ କରୁଛି। ଦେଶର ୧୪୦ କୋଟି ଲୋକଙ୍କୁ ଏକଛତ୍ରବାଦ ବିରୋଧରେ ଲଢିବାକୁ ପଡିବ। ତିହାର ଜେଲରୁ ମୁକ୍ତ ହେବା ପରେ କେଜରିୱାଲଙ୍କୁ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ଆତଶ
ନୂଆଦିଲ୍ଲୀ ୧୦।୫: ଦିଲ୍ଲୀ ମଦ ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ କେସ୍ରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତିହାର ଜେଲରୁ ବାହାରକୁ ବାହାରିଛନ୍ତି। ଜେଲରୁ ବାହାରି କେଜରିୱାଲ କହିଛନ୍ତି ଯେ ଆପଣମାନଙ୍କ ମଧ୍ୟକୁ ଆସି ଭଲ ଲାଗୁଛି। ମୁଁ କହିଥିଲି ନା ଜଲଦି ଆସିବି, ଏଇ ନିଅନ୍ତୁ ଆସିଗଲି। ଶନିବାର ସକାଳ ୧୧ଟା ବେଳେ କନଟ ପ୍ଲେସ୍ ହନୁମାନ ମନ୍ଦିରରେ ଭେଟ ହେବ। ସେଠାରେ ହନୁମାନଜୀଙ୍କୁ ଦର୍ଶନ କରି ଆଶିର୍ବାଦ ନେବା। ମଧ୍ୟାହ୍ନ ଗୋଟାଏ ବେଳେ ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ହେବ।
50 दिनों के बाद तिहाड़ जेल से बाहर आए CM अरविंद केजरीवाल। https://t.co/wdUhvBFCxJ— Arvind Kejriwal (@ArvindKejriwal) May 10, 2024
ଏହି ଅବସରରେ କେଜରିୱାଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ ଜଜମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। କହିଥିଲେ ଆଜି ସୁପ୍ରିମକୋର୍ଟଙ୍କୁ ଯୋଗୁ ଆପଣମାନଙ୍କ ମଧ୍ୟକୁ ଆସି ପାରିଛି। ଆମେ ସମସ୍ତେ ମିଶି ଦେଶରୁ ଏକଛତ୍ରବାଦକୁ ବିଲୋପ କରିବା। ମୁଁ ତନ-ମନ-ଧନ ଦେଇ ଲଢୁଛି ଓ ଏକଛତ୍ରବାଦ ବିରୋଧରେ ସଂଘର୍ଷ କରୁଛି। ଦେଶର ୧୪୦ କୋଟି ଲୋକଙ୍କୁ ଏକଛତ୍ରବାଦ ବିରୋଧରେ ଲଢିବାକୁ ପଡିବ।

ତିହାର ଜେଲରୁ ମୁକ୍ତ ହେବା ପରେ କେଜରିୱାଲଙ୍କୁ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ଆତଶବାଜୀରେ ସ୍ୱାଗତ କରାଯାଇଥିବା ବେଳେ କିଛି ସମୟ ପାଇଁ ଗାଡି ଛାତ ଉପରୁ ଲୋକଙ୍କୁ ସମ୍ବୋଧିତ କରିଥିଲେ। କହିଥିଲେ ଜେଲରୁ ମୁକୁଳିବା ହନୁମାନଜୀଙ୍କ ଯୋଗୁ ସମ୍ଭବ ହୋଇପାରିଛି। ମୁଁ ତାଙ୍କ ଚରଣ ବନ୍ଦନ କରିବାକୁ ଚାହୁଁଛି। ଶନିବାର ୧୧ଟା ବେଳେ କନ୍ନଟପ୍ଲେସ୍ ହନୁମାନ ମନ୍ଦିରକୁ ବହୁ ସଂଖ୍ୟାରେ ଆସନ୍ତୁ। ସେଠାରୁ ହନୁମାନଙ୍କ ଦର୍ଶନ କରିବା ଓ ତାଙ୍କ ଆଶିର୍ବାଦ ନେବା।