ତୀରନ୍ଦାଜରେ ଭାରତ ନିରାଶ; କ୍ଵାଟରରୁ ଦୀପିକା କୁମାରୀ ବିଦା
ନୂଆଦିଲ୍ଲୀ,୩।୮: ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପୁଣିଥରେ ଭାରତକୁ ତୀରନ୍ଦାଜ ଇଭେଣ୍ଟରେ ନିରାଶ ହେବାକୁ ପଡିଛି। ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ତାରକା ଖେଳାଳି ଦୀପିକା କୁମାରୀ ଦକ୍ଷିଣ କୋରିଆର ସୁହିୟନ୍ ନାମଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏଥିସହିତ ତୀରନ୍ଦାଜରେ ଭାରତର ପଦକ ଆଶା ମଉଳି ଯାଇଛି। ଦୀପିକା ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦୀଙ୍କଠାରୁ ୪-୬ ବ୍ୟବଧାନରେ ହାରିଛନ୍ତି। ଦୀପିକା ଆରମ୍ଭରୁ ୨୮-୨୬ରେ ଆଗୁଆ ରହିଥିଲେ। ସେହିଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ୧୦ ସହିତ ଆରମ୍ଭ କରିଥିଲେ କିନ୍ତୁ […] The post ତୀରନ୍ଦାଜରେ ଭାରତ ନିରାଶ; କ୍ଵାଟରରୁ ଦୀପିକା କୁମାରୀ ବିଦା appeared first on Dharitri Odia News.
ନୂଆଦିଲ୍ଲୀ,୩।୮: ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପୁଣିଥରେ ଭାରତକୁ ତୀରନ୍ଦାଜ ଇଭେଣ୍ଟରେ ନିରାଶ ହେବାକୁ ପଡିଛି। ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ତାରକା ଖେଳାଳି ଦୀପିକା କୁମାରୀ ଦକ୍ଷିଣ କୋରିଆର ସୁହିୟନ୍ ନାମଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏଥିସହିତ ତୀରନ୍ଦାଜରେ ଭାରତର ପଦକ ଆଶା ମଉଳି ଯାଇଛି।
ଦୀପିକା ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦୀଙ୍କଠାରୁ ୪-୬ ବ୍ୟବଧାନରେ ହାରିଛନ୍ତି। ଦୀପିକା ଆରମ୍ଭରୁ ୨୮-୨୬ରେ ଆଗୁଆ ରହିଥିଲେ। ସେହିଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ୧୦ ସହିତ ଆରମ୍ଭ କରିଥିଲେ କିନ୍ତୁ ଏହି ଲୟ ସେ ବଜାୟ ରଖି ପରି ନ ଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ ୬ ପଏଣ୍ଟ ପାଇଥିଲେ ଏବଂ ୨୫-୨୮ ସହିତ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଥିଲେ।
ସେହିଭଳି ତୃତୀୟ ରାଉଣ୍ଡରେ ଉଭୟେ ଦୀପିକା ଏବଂ ନାମ ୧୦ ପଏଣ୍ଟ ସହିତ ଆରମ୍ଭ କରିଥିଲା ବେଳେ ଦୀପିକା ୨୯-୨୮ରେ ତୃତୀୟ ରାଉଣ୍ଡ ଜିତିଥିଲେ।
ତେବେ ଚତୁର୍ଥ ରାଉଣ୍ଡରେ ଦୀପିକା ୧୦ ପଏଣ୍ଟ ସହିତ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଦ୍ୱିତୀୟ ପ୍ରୟାସରେ ୭ ପଏଣ୍ଟ ପାଇଥିଲେ। ଶେଷ ପ୍ରୟାସରେ ଦୀପିକା ପୁଣି ୧୦ ପଏଣ୍ଟ ପାଇଥିଲେ ମଧ୍ୟ ୨୭-୨୯ ରେ ପରାଜିତ ହୋଇଥିଲେ।
ପଞ୍ଚମ ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ଦୁହେଁ ୫-୫ ରେ ରହିଥିଲେ। ଏହି ରାଉଣ୍ଡରେ ଦୀପିକା ତିନୋଟି ପ୍ରୟାସରେ ୯ ଲେଖାଏ ପଏଣ୍ଟ ହାସଲ କରି ମୋଟ ୨୭ ପଏଣ୍ଟ ପାଇଥିଲେ ମଧ୍ୟ ୨୭-୨୯ ବ୍ୟବଧାନରେ ପରାସ୍ତ ହୋଇଥିଲେ।
The post ତୀରନ୍ଦାଜରେ ଭାରତ ନିରାଶ; କ୍ଵାଟରରୁ ଦୀପିକା କୁମାରୀ ବିଦା appeared first on Dharitri Odia News.