ତୀରମାଡ଼ରେ ହାତୀ ଗୁରୁତର; ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ

କେହି ଶିକାରୀ ହାତୀଟିକୁ ତୀରମାଡ଼ କରିଥିବା ସନ୍ଦେହ କରୁଛି ବନ ବିଭାଗ।

ତୀରମାଡ଼ରେ ହାତୀ ଗୁରୁତର; ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ

କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଶେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ନିକଟରେ ଏକ ହାତୀକୁ ତୀର ମାଡ଼ ହୋଇଛି। ହାତୀଟି ଦେହରେ ୨ଟି ତୀର ବାଜିଛି। ହାତୀଟିର ଦେହରେ ଗଭୀର କ୍ଷତ ହୋଇଛି। ତାର ଅବସ୍ଥା ଗୁରୁତର ରହିଛି।

ହାତୀଟିକୁ ତୀର ମାଡ଼ ହୋଇଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଜଣାଇଥିଲେ। ପରେ ହାତୀଟିର ଚିକିତ୍ସା ପାଇଁ ଢେଙ୍କାନାଳ ଓ ନନ୍ଦନକାନନ ଟିମ୍ ପହଞ୍ଚିଛି। ଅନ୍ୟପକ୍ଷରେ ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ ଚଳାଇଛି। ଟ୍ରାଙ୍କୁଲାଇଜ୍ ପରେ ହାତୀଟିର ଚିକିତ୍ସା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଅନ୍ୟପକ୍ଷରେ କେହି ଶିକାରୀ ହାତୀଟିକୁ ତୀରମାଡ଼ କରିଥିବା ସନ୍ଦେହ କରୁଛି ବନ ବିଭାଗ।