ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କୀ ହମ୍‌ଲା: ଖାଇକୁ ଖସିପଡ଼ିଲା ବସ୍, ୧୦ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାର ଏକ ତୀର୍ଥସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ଼।ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପରେ ବସ୍ ଏକ ଖାଇକୁ ଗଡ଼ିଯାଇଥିଲା। ସୂଚନାନୁସାରେ, ବସ୍ ଶିବଖୋଡା ମନ୍ଦିରରୁ କଟରାକୁ ଫେରୁଥିଲା। ରିୟାସୀ ଜିଲ୍ଲା ମାଜିଷ୍ଟ୍ରେଟ ବିଶ୍ୱଶ ମହାଜନ କହିଛନ୍ତି ଯେ ତୀର୍ଥଯାତ୍ରୀମାନେ ଶିବଖୋଡି ଗୁମ୍ଫା ମନ୍ଦିରକୁ ଯାଉଥିଲେ।ରିୟାସୀ ଏସଏସପି ମୋହିତା ଶର୍ମା କହିଛନ୍ତି, 'ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଶିବଖୋରିରୁ କଟ୍ରା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ବିନିମୟ ହେତୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଖାଇକୁ ଖସିପଡ଼ିଥିଲା। ଏହି ଘଟଣାରେ ୩୩ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।Reasi bus accident | SSP Reasi Mohita Sharma says, "Initial reports suggest that terrorists fired upon the passenger bus going from Shiv Khori to Katra. Due to the firing, the bus driver lost balance of the bus and it fell into gorge. 33 people were injured in the incident.… pic.twitter.com/OHeASXuxrn— ANI (@ANI) June 9, 2024ସେ କହିଛନ୍ତି ଯେ ଯାତ୍ରୀମାନଙ୍କୁ

ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କୀ ହମ୍‌ଲା: ଖାଇକୁ ଖସିପଡ଼ିଲା ବସ୍, ୧୦ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାର ଏକ ତୀର୍ଥସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ଼।ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପରେ ବସ୍ ଏକ ଖାଇକୁ ଗଡ଼ିଯାଇଥିଲା। 

ସୂଚନାନୁସାରେ, ବସ୍ ଶିବଖୋଡା ମନ୍ଦିରରୁ କଟରାକୁ ଫେରୁଥିଲା। ରିୟାସୀ ଜିଲ୍ଲା ମାଜିଷ୍ଟ୍ରେଟ ବିଶ୍ୱଶ ମହାଜନ କହିଛନ୍ତି ଯେ ତୀର୍ଥଯାତ୍ରୀମାନେ ଶିବଖୋଡି ଗୁମ୍ଫା ମନ୍ଦିରକୁ ଯାଉଥିଲେ।

ରିୟାସୀ ଏସଏସପି ମୋହିତା ଶର୍ମା କହିଛନ୍ତି, 'ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଶିବଖୋରିରୁ କଟ୍ରା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ବିନିମୟ ହେତୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଖାଇକୁ ଖସିପଡ଼ିଥିଲା। ଏହି ଘଟଣାରେ ୩୩ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।

ସେ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ଏବଂ ସେମାନେ ସ୍ଥାନୀୟ ଲୋକ ନୁହଁନ୍ତି | ଶିବ ଖୋରି ଅଞ୍ଚଳକୁ କର୍ଡନ କରାଯାଇଛି। ଏହି ଘଟଣାରେ ୧୦ ଜଣ ପ୍ରାଣ ହରାଇଛନ୍ତି।