‘ତୁମେ କବଜା କରିବାକୁ ଆସିଲେ, ଆମେ କଣ ଲଲିପପ୍ ଧରି ବସିବୁ’; ବାଂଲାଦେଶକୁ ମମତା ବାନାର୍ଜୀ କଡ଼ା ସନ୍ଦେଶ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଡ଼ୋଶୀ ବାଂଲାଦେଶକୁ କଡ଼ା ଚେତାବନୀ ଦେଇଛନ୍ତି । କଡ଼ା ଶବ୍ଦରେ ଚେତାଇ ଦେଇ କହିଛନ୍ତି, ଯଦି ଆମର ଅଞ୍ଚଳ କବଜା କରିବା ପାଇଁ ଉଦ୍ୟମ କରିବ ତେବେ ଆମେ ଲଲିପପ୍ ଖାଇ ଚୁପ୍ ବସିବୁ ନାହିଁ । ବେଙ୍ଗଲ ବିଧାନସଭାରେ ବାଂଲେଦାଶୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ପଡ଼ୋଶୀ ଦେଶର ଯାହା ଚାଲିଛି ତାହା ଠିକ୍ ନୁହେଁ ବୋଲି ମଧ୍ୟ କହିଛନ୍ତି । ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି, 'କୋଲକାତା ଉପରେ କବଜା କରିବା କଥା କିଏ ଜଣେ କହିଛି । କିଛି ଜଣ ପୁଣି ଥରେ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାକୁ ନେବାକୁ ଧମକ ଦେଇଛନ୍ତି । ଯଦି କିଏ କୋଲକାତା କିମ୍ୱା ବେଙ୍ଗଲକୁ କବଜା କରିବାକୁ ଆସିବ ତେବେ ରାଜ୍ୟ ସରକାର ଚୁପ୍ ବସିବେ ନାହିଁ ଏବଂ ଆମେ ଲଲିପପ୍ ଖାଇ ବସି ରହିବୁ ନାହିଁ ।'ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଦଙ୍ଗା ନୁହେଁ, ଶାନ୍ତି ଚାହୁଁଛୁ । ସେ କହିଛନ୍ତି, 'ଉତ୍ତର ପ୍ରଦେଶ ନାହିଁ ଯେ ଆପଣଙ୍କୁ ବ୍ୟାନ୍ କରିଦେବୁ । କିନ୍ତୁ ଏଠି ଠିକ୍ ଭାବେ ରହିବାକୁ ପଡ଼ିବ । କିଛି ଫେକ୍ ଭିଡିଓ ଭାଇରାଲ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏହା କରୁଛି । ମମତା କହିଛନ୍ତି, 'ତୁମେ କହୁଛ (ବେଙ୍ଗଲ, ବିହାର ଏବଂ ଓଡ଼ିଶା) ଉପରେ କବଜା କରିବ । ତୁମ ପାଖରେ ସେ ଦମ ନାହିଁ । ଏପରି କେବେ ଭ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଡ଼ୋଶୀ ବାଂଲାଦେଶକୁ କଡ଼ା ଚେତାବନୀ ଦେଇଛନ୍ତି । କଡ଼ା ଶବ୍ଦରେ ଚେତାଇ ଦେଇ କହିଛନ୍ତି, ଯଦି ଆମର ଅଞ୍ଚଳ କବଜା କରିବା ପାଇଁ ଉଦ୍ୟମ କରିବ ତେବେ ଆମେ ଲଲିପପ୍ ଖାଇ ଚୁପ୍ ବସିବୁ ନାହିଁ । ବେଙ୍ଗଲ ବିଧାନସଭାରେ ବାଂଲେଦାଶୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ପଡ଼ୋଶୀ ଦେଶର ଯାହା ଚାଲିଛି ତାହା ଠିକ୍ ନୁହେଁ ବୋଲି ମଧ୍ୟ କହିଛନ୍ତି । ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।
ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି, 'କୋଲକାତା ଉପରେ କବଜା କରିବା କଥା କିଏ ଜଣେ କହିଛି । କିଛି ଜଣ ପୁଣି ଥରେ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାକୁ ନେବାକୁ ଧମକ ଦେଇଛନ୍ତି । ଯଦି କିଏ କୋଲକାତା କିମ୍ୱା ବେଙ୍ଗଲକୁ କବଜା କରିବାକୁ ଆସିବ ତେବେ ରାଜ୍ୟ ସରକାର ଚୁପ୍ ବସିବେ ନାହିଁ ଏବଂ ଆମେ ଲଲିପପ୍ ଖାଇ ବସି ରହିବୁ ନାହିଁ ।'
ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଦଙ୍ଗା ନୁହେଁ, ଶାନ୍ତି ଚାହୁଁଛୁ । ସେ କହିଛନ୍ତି, 'ଉତ୍ତର ପ୍ରଦେଶ ନାହିଁ ଯେ ଆପଣଙ୍କୁ ବ୍ୟାନ୍ କରିଦେବୁ । କିନ୍ତୁ ଏଠି ଠିକ୍ ଭାବେ ରହିବାକୁ ପଡ଼ିବ । କିଛି ଫେକ୍ ଭିଡିଓ ଭାଇରାଲ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏହା କରୁଛି । ମମତା କହିଛନ୍ତି, 'ତୁମେ କହୁଛ (ବେଙ୍ଗଲ, ବିହାର ଏବଂ ଓଡ଼ିଶା) ଉପରେ କବଜା କରିବ । ତୁମ ପାଖରେ ସେ ଦମ ନାହିଁ । ଏପରି କେବେ ଭାବିବେ ବି ନାହିଁ । ଭାରତ ଅଖଣ୍ଡ । ଆମେ ସମସ୍ତ ଏକ । ଆମର ବାଂଲାଦେଶ ସହ କୌଣସି ନେଣଦେଣ ନାହିଁ ।'
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଯୁଗ୍ମ ମହାସଚିବ ରୁହୁଲ କବୀର ରିଜଭିଙ୍କ ବିବାଦୀୟ ଟିପ୍ପଣୀ ପରେ ମମତା ବାନାର୍ଜୀ ଏହି ଟିପ୍ପଣୀ କରିଛନ୍ତି । ରିଜଭି ଚେତାବନୀ ଦେଇ କହିଥିଲେ ଯେ ତାଙ୍କ କୌଶଳ ଭାରତୀୟ ସେନାଠାରୁ ଅଧିକ ଏବଂ ଚାରି ଦିନରେ କୋଲକାତା ଉପରେ କବଜା କରିନେବେ । ରିଜଭି ଦାବି କରିଥିଲେ ଯେ ଯଦି ଭାରତ ଚଟଗାଓଁ ଉପରେ ଦାବି କରେ (ଭାରତ ଏପରି କୌଣସି ଦାବି କରିନାହିଁ), ତେବେ ବାଂଲାଦେଶ ବି ନୱାବ ସିରାଜୁଦୌଲାଙ୍କ ବେଙ୍ଗଲ, ବିହାର, ଓଡ଼ିଶାକୁ ଫେରାଇ ନେବ ।