ସେଫ୍ ବିଷ୍ଣୁ ମନୋହର କରିବେ ବିଶ୍ବ ରେକର୍ଡ, ୨୪ ଘଣ୍ଟାରେ ୧୦ହଜାର ଦୋସା
ନାଗପୁର ୨୮/୧୦: ରେକର୍ଡ ବୁକରେ ସାମିଲ ହେବାକୁ କିଏ ବା ନଚାହେଁ । ଦୁନିଆରେ ଅନେକ ମଣିଷ ଅଛନ୍ତି ଯେଉଁମାନେ ରେକର୍ଡ ହାସଲ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ପୁରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଅହରହ ଉଦ୍ୟମ କରିଥାନ୍ତି । କିଏ ନିଜର ପ୍ରତିଭା ବଳରେ ବିଶ୍ବ ରେକର୍ଡ କରିଥାଏ ତ ପୁଣି କିଏ ଭିନ୍ନ ଅନ୍ଦାଜ ପାଇଁ ଏହି ତାଲିକାରେ ନିଜ ନାଁକୁ ଯୋଡିଥାଏ । ବିଶ୍ବ ରେକର୍ଡରେ ନିଜ ନାଁକୁ ଯୋଡିବାକୁ ଯାଉଛନ୍ତି ନାଗପୁରର ସେଫ୍ ବିଷ୍ଣୁ ମନୋହର । ଦୀପାବଳି ଅବସରରେ ମାତ୍ର ୨୪ ଘଣ୍ଟାରେ ନନଷ୍ଟପ ଦୋସା ମାନେ ୧୦ ହଜାର ଦୋସା ତିଆରି କରିବାକୁ ସେ ଟାର୍ଗେଟ ରଖିଛନ୍ତି । ସେଫ ବିଷ୍ଣୁ କହିଛନ୍ତି ୨୪ ଘଣ୍ଟା ମୁଁ ଦୋସା ତିଆରି କରିବି । ୟା ପୂର୍ବରୁ ମୁଁ ଅନେକ ପରିମାଣର ଖେଚୁଡି,ବାଇଗଣ ଭର୍ତ୍ତା ରାନ୍ଧି ରେକର୍ଡ କରି ସାରିଛି । ମୁଁ ଏକ ଘଣ୍ଟାରେ ପ୍ରାୟ ୭୦୦ରୁ ୮୦୦ ଶହ ଦୋସା କରିପାରିବି । ଏଇ ଅନ୍ଦାଜରେ ୨୪ ଘଣ୍ଟାରେ ୧୦ ହଜାର ଦୋସା ବନାଇ ପାରିବି । ମୋ ବାପା ସବୁବେଳେ କହୁଥିଲେ କାହାକୁ ପେଟପୁରା ଖାଇବାକୁ ଦେବା ସବୁ ଠୁ ବଡ ଦାନ । ସେ ଆହୁରି କହିଛନ୍ତି ୨୪ ଘଣ୍ଟାରେ ୧୦ ହଜାର ଦୋସା ତିଆରି କରିବାରେ ସକ୍ଷମ ହେଲେ ମୁଁ ରେକର୍ଡ ମୋର ୨୬ ତମ ରେକର୍ଡର ଅଧିକାରୀ ହେବି ।
ନାଗପୁର ୨୮/୧୦: ରେକର୍ଡ ବୁକରେ ସାମିଲ ହେବାକୁ କିଏ ବା ନଚାହେଁ । ଦୁନିଆରେ ଅନେକ ମଣିଷ ଅଛନ୍ତି ଯେଉଁମାନେ ରେକର୍ଡ ହାସଲ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ପୁରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଅହରହ ଉଦ୍ୟମ କରିଥାନ୍ତି । କିଏ ନିଜର ପ୍ରତିଭା ବଳରେ ବିଶ୍ବ ରେକର୍ଡ କରିଥାଏ ତ ପୁଣି କିଏ ଭିନ୍ନ ଅନ୍ଦାଜ ପାଇଁ ଏହି ତାଲିକାରେ ନିଜ ନାଁକୁ ଯୋଡିଥାଏ । ବିଶ୍ବ ରେକର୍ଡରେ ନିଜ ନାଁକୁ ଯୋଡିବାକୁ ଯାଉଛନ୍ତି ନାଗପୁରର ସେଫ୍ ବିଷ୍ଣୁ ମନୋହର ।
ଦୀପାବଳି ଅବସରରେ ମାତ୍ର ୨୪ ଘଣ୍ଟାରେ ନନଷ୍ଟପ ଦୋସା ମାନେ ୧୦ ହଜାର ଦୋସା ତିଆରି କରିବାକୁ ସେ ଟାର୍ଗେଟ ରଖିଛନ୍ତି । ସେଫ ବିଷ୍ଣୁ କହିଛନ୍ତି ୨୪ ଘଣ୍ଟା ମୁଁ ଦୋସା ତିଆରି କରିବି । ୟା ପୂର୍ବରୁ ମୁଁ ଅନେକ ପରିମାଣର ଖେଚୁଡି,ବାଇଗଣ ଭର୍ତ୍ତା ରାନ୍ଧି ରେକର୍ଡ କରି ସାରିଛି । ମୁଁ ଏକ ଘଣ୍ଟାରେ ପ୍ରାୟ ୭୦୦ରୁ ୮୦୦ ଶହ ଦୋସା କରିପାରିବି । ଏଇ ଅନ୍ଦାଜରେ ୨୪ ଘଣ୍ଟାରେ ୧୦ ହଜାର ଦୋସା ବନାଇ ପାରିବି । ମୋ ବାପା ସବୁବେଳେ କହୁଥିଲେ କାହାକୁ ପେଟପୁରା ଖାଇବାକୁ ଦେବା ସବୁ ଠୁ ବଡ ଦାନ । ସେ ଆହୁରି କହିଛନ୍ତି ୨୪ ଘଣ୍ଟାରେ ୧୦ ହଜାର ଦୋସା ତିଆରି କରିବାରେ ସକ୍ଷମ ହେଲେ ମୁଁ ରେକର୍ଡ ମୋର ୨୬ ତମ ରେକର୍ଡର ଅଧିକାରୀ ହେବି ।