ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଭୈରବୀ ରାସ୍ତାରେ ମଙ୍ଗଳବାର ରାତିରେ ପି. ଭାନୁମୂର୍ତ୍ତି ନାମକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଭାନୁମୂର୍ତ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ଛୁରୀରେ ଆକ୍ରମଣ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ।ଏହା ସହ ତାଙ୍କର ଏକାଧିକ ସହଯୋଗୀ ଏବଂ ପରିବାର ଲୋକଙ୍କୁ  ମଧ୍ୟ ମାରପିଟ ଓ ଗାଳିଗୁଲଜ କରିଥିଲେ ଦୁର୍ବୃତ୍ତ। ବର୍ତ୍ତମାନ ଯୁବକ ଜଣକ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଅପରପକ୍ଷଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ତେବେ ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ସହ ଏକ ଘରର କିଛି ଅଂଶ ନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସପି କହିଛନ୍ତି।

ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଭୈରବୀ ରାସ୍ତାରେ ମଙ୍ଗଳବାର ରାତିରେ ପି. ଭାନୁମୂର୍ତ୍ତି ନାମକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଭାନୁମୂର୍ତ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ଛୁରୀରେ ଆକ୍ରମଣ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ।

ଏହା ସହ ତାଙ୍କର ଏକାଧିକ ସହଯୋଗୀ ଏବଂ ପରିବାର ଲୋକଙ୍କୁ  ମଧ୍ୟ ମାରପିଟ ଓ ଗାଳିଗୁଲଜ କରିଥିଲେ ଦୁର୍ବୃତ୍ତ। ବର୍ତ୍ତମାନ ଯୁବକ ଜଣକ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଅପରପକ୍ଷଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ତେବେ ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ସହ ଏକ ଘରର କିଛି ଅଂଶ ନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସପି କହିଛନ୍ତି।