ତୁର୍କିଏକୁ ଆଉ ମିଳିବନୀ ଅଲିଗଡ଼ ତାଲା, ବ୍ୟବସାୟୀଙ୍କ ବଡ଼ ପଦକ୍ଷେପ
ଅଲିଗଡ଼ ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କାଳରେ ତୁର୍କିର ପାକ୍ ସମର୍ଥନ ଭାରତୀୟ ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିଛି। ଏହାର ସିଧା ପ୍ରଭାବ ଏବେ ତୁର୍କିଏର ସୁରକ୍ଷା ଓ ତାଲା ଉଦ୍ୟୋଗ ଉପରେ ଦେଖିବାକୁ ମିଳିବ। ଭାରତର ‘ତାଲା ଓ ତାଲିମ’ ଲାଗି ପ୍ରସିଦ୍ଧ ଅଲିଗଡ଼ ସହରର ବ୍ୟବସାୟୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ତୁର୍କିଏକୁ ତାଲା ଓ ହାର୍ଡୱେର ସପ୍ଲାଇ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଅଲିଗଡ଼ ତାଲା ଓ ହାର୍ଡୱେର ୟୁନିୟନର କହିବା କଥା ହେଉଛି ତୁର୍କିଏ ପାକିସ୍ତାନକୁ ସମର୍ଥନ କରି ଭାରତର ସମ୍ମାନକୁ ଆଘାତ ଦେଇଛି। ଏଣୁ ୟୁନିୟନ ପଦାଧିକାରୀ କହିଛନ୍ତି ଯେ ଏବେ ତୁର୍କିଏକୁ ଗୋଟିଏ ବି ତାଲା, ଡୋର ଲକ୍ କି ସିକ୍ୟୁରିଟି ସିଷ୍ଟମ ପଠା ଯିବ ନାହିଁ। ବ୍ୟବସାୟୀମାନେ କହିଛନ୍ତି ଯେ ସେମାନଙ୍କ ବ୍ୟବସାୟ ଦେଶଠୁ ବଡ଼ ନୁହେଁ। ଯଦି ଦେଶର ଅପମାନ କରାଯିବ ଆମେ ସେ ଦେଶକୁ କୌଣସି ମୂଲ୍ୟରେ ମଧ୍ୟ ଆମ ମାଲ ପଠାଇବୁ ନାହିଁ। ଏଥି ପାଇଁ ହୁଏତ କ୍ଷତିବି ସହିବାକୁ ପଡିପାରେ ହେଲେ ଏଥି ପାଇଁ ଆମେ ପ୍ରସ୍ତୁତ ବୋଲି ପଦଧିକାରୀ କହିଛନ୍ତି। ସୂଚନା ଅନୁସାରେ ଅଲିଗଡରୁ ପ୍ରତିବର୍ଷ ତୁର୍କିଏକୁ କୋଟି କୋଟି ଟଙ୍କାର ତାଲା ଓ ହାର୍ଡୱେର ଆଇଟମ ରପ୍ତାନୀ କରାଯାଉଥିଲା। ଏଥିରେ ମୁଖ୍ୟତଃ ଡୋର ଲକ୍, ଗେଟ୍ ଫିଟିଙ୍ଗସ, ସିକ୍ୟୁରିଟି ଲକ୍ ସିଷ୍ଟମ ଓ ଅନ୍ୟ ହାର୍ଡୱେର ପ୍ରଡକ୍ଟ ପଠାଯାଉଥିଲା। ଏବେ ଏହି ସପ୍ଲାଇ ସମ୍ପୂର୍ଣ୍ଣ
ଅଲିଗଡ଼ ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କାଳରେ ତୁର୍କିର ପାକ୍ ସମର୍ଥନ ଭାରତୀୟ ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିଛି। ଏହାର ସିଧା ପ୍ରଭାବ ଏବେ ତୁର୍କିଏର ସୁରକ୍ଷା ଓ ତାଲା ଉଦ୍ୟୋଗ ଉପରେ ଦେଖିବାକୁ ମିଳିବ। ଭାରତର ‘ତାଲା ଓ ତାଲିମ’ ଲାଗି ପ୍ରସିଦ୍ଧ ଅଲିଗଡ଼ ସହରର ବ୍ୟବସାୟୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ତୁର୍କିଏକୁ ତାଲା ଓ ହାର୍ଡୱେର ସପ୍ଲାଇ ସମ୍ପୂର୍ଣ୍ଣ ବନ୍ଦ କରାଯିବ।
ଅଲିଗଡ଼ ତାଲା ଓ ହାର୍ଡୱେର ୟୁନିୟନର କହିବା କଥା ହେଉଛି ତୁର୍କିଏ ପାକିସ୍ତାନକୁ ସମର୍ଥନ କରି ଭାରତର ସମ୍ମାନକୁ ଆଘାତ ଦେଇଛି। ଏଣୁ ୟୁନିୟନ ପଦାଧିକାରୀ କହିଛନ୍ତି ଯେ ଏବେ ତୁର୍କିଏକୁ ଗୋଟିଏ ବି ତାଲା, ଡୋର ଲକ୍ କି ସିକ୍ୟୁରିଟି ସିଷ୍ଟମ ପଠା ଯିବ ନାହିଁ। ବ୍ୟବସାୟୀମାନେ କହିଛନ୍ତି ଯେ ସେମାନଙ୍କ ବ୍ୟବସାୟ ଦେଶଠୁ ବଡ଼ ନୁହେଁ। ଯଦି ଦେଶର ଅପମାନ କରାଯିବ ଆମେ ସେ ଦେଶକୁ କୌଣସି ମୂଲ୍ୟରେ ମଧ୍ୟ ଆମ ମାଲ ପଠାଇବୁ ନାହିଁ। ଏଥି ପାଇଁ ହୁଏତ କ୍ଷତିବି ସହିବାକୁ ପଡିପାରେ ହେଲେ ଏଥି ପାଇଁ ଆମେ ପ୍ରସ୍ତୁତ ବୋଲି ପଦଧିକାରୀ କହିଛନ୍ତି।
ସୂଚନା ଅନୁସାରେ ଅଲିଗଡରୁ ପ୍ରତିବର୍ଷ ତୁର୍କିଏକୁ କୋଟି କୋଟି ଟଙ୍କାର ତାଲା ଓ ହାର୍ଡୱେର ଆଇଟମ ରପ୍ତାନୀ କରାଯାଉଥିଲା। ଏଥିରେ ମୁଖ୍ୟତଃ ଡୋର ଲକ୍, ଗେଟ୍ ଫିଟିଙ୍ଗସ, ସିକ୍ୟୁରିଟି ଲକ୍ ସିଷ୍ଟମ ଓ ଅନ୍ୟ ହାର୍ଡୱେର ପ୍ରଡକ୍ଟ ପଠାଯାଉଥିଲା। ଏବେ ଏହି ସପ୍ଲାଇ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟବସାୟୀଙ୍କ ନିଷ୍ପତ୍ତି ଯୋଗୁ ତୁର୍କିକୁ ବଡ଼ ଝଟକା ଲାଗିପାରେ। କାରଣ ଅଲିଗଡ଼ ତାଲା ଏହାର ମଜଭୁତି ଓ ବିଶ୍ୱସନୀୟତା ଲାଗି ସାରା ବିଶ୍ୱରେ ପ୍ରସିଦ୍ଧ।
ଅଲିଗଡ଼ର ପରିଚୟ କେବଳ ଶିକ୍ଷା ନୁହେଁ ବରଂ ମଜଭୁତ ତାଲା ନିର୍ମାଣକାରୀ ସହର ଭାବେ ମୋଗଲ କାଳରୁ ଜଣାଶୁଣା। ଏଠାରେ ପାଖାପାଖି ୧୧ ହଜାର ଛୋଟ ଓ ବଡ଼ ୟୁନିଟି ବାର୍ଷିକ ୨୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ତାଲା କାରବାର କରନ୍ତି। ତୁର୍କିଏ ସେହିଦେଶଙ୍କ ମଧ୍ୟରେ ସାମିଲ ଥିଲା ଯିଏ ଅଲିଗଡରୁ ନିୟମିତ ରୂପେ ତାଲା ଓ ଅନ୍ୟ ସିକ୍ୟୁରିଟି ହାର୍ଡୱେର ମଗାଉଥିଲା। ଏବେ ଏହି ସପ୍ଲାଇ ବନ୍ଦ ହେବା ଯୋଗୁ ତୁର୍କିୟେର ନିର୍ମାଣ ସେକ୍ଟରରେ ଦେଖିବାକୁ ମିଳିବ।