ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ । ଥରିଲା ୟୁରୋପୀୟ ଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ତୁର୍କୀର ମଧ୍ୟ ପ୍ରାନ୍ତରେ ଏହି ଭୂମିକମ୍ପ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳ କୋନ୍ୟା ପ୍ରାନ୍ତରେ ରହିଛି । ଯାହା ସେଣ୍ଟ୍ରାଲ୍ ଏନାଟୋଲିୟା କ୍ଷେତ୍ରରେ ଆସୁଛି । ତେବେ ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ । ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପ୍ରବନ୍ଧନ ପ୍ରାଧିକରଣ ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ଦ୍ବିପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି । ଝଟକା ଲାଗିବା ପରେ ଭୟଭୀତ ହୋଇଯାଇଥିଲେ ଲୋକେ । କିଛି ଲୋକ ଘରୁ ବାହାରକୁ ଚାଲିଆସିଥିଲେ । ମାତ୍ର ଧନ ଜୀବନ ନଷ୍ଟର ଏଯାଏଁ କୌଣସି ସୂଚନା ନାହିଁ । ଭୂକମ୍ପ ପରେ AFAD ଓ ସ୍ଥାନୀୟ ପ୍ରଶାସନ ନୀରିକ୍ଷଣ କରୁଛି । ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ଲକ୍ଷ୍ୟ ରଖି ରେସକ୍ୟୁ ଟିମ୍ ସତର୍କ ରହିଥିବା ବେଳେ ଆବଶ୍ୟକ ସରଞ୍ଜାମ ମଧ୍ୟ ମହଜୁଦ ରଖାଯାଇଛି । ୭.୮ ତୀବ୍ରତାରେ ଆସିଥିଲା ଭୂମିକମ୍ପ:୨୦୨୩ ଫେବ୍ରୁଆରୀ ୬ ତାରିଖରେ ତୁର୍କୀରେ ୭.୮ ତୀବ୍ରତା ସହ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । କ୍ଷଣକ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । ଯେଉଁଥିରେ ଦେଶର ୧୧ଟି ଦକ୍ଷିଣ ଓ ଦକ୍ଷିଣ ପୂର୍ବ ରାଜ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଲଗାତାର ଦୁଇ ଥର ଭୂମିକମ୍ପ ଆସିବା ଫଳରେ ପ୍ରାୟ ୫୩ ହଜାର ଲୋକ ପ୍ରାଣ

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ । ଥରିଲା ୟୁରୋପୀୟ ଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ତୁର୍କୀର ମଧ୍ୟ ପ୍ରାନ୍ତରେ ଏହି ଭୂମିକମ୍ପ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳ କୋନ୍ୟା ପ୍ରାନ୍ତରେ ରହିଛି । ଯାହା ସେଣ୍ଟ୍ରାଲ୍ ଏନାଟୋଲିୟା କ୍ଷେତ୍ରରେ ଆସୁଛି । ତେବେ ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ । 

ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପ୍ରବନ୍ଧନ ପ୍ରାଧିକରଣ ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ଦ୍ବିପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି । ଝଟକା ଲାଗିବା ପରେ ଭୟଭୀତ ହୋଇଯାଇଥିଲେ ଲୋକେ । କିଛି ଲୋକ ଘରୁ ବାହାରକୁ ଚାଲିଆସିଥିଲେ । ମାତ୍ର ଧନ ଜୀବନ ନଷ୍ଟର ଏଯାଏଁ କୌଣସି ସୂଚନା ନାହିଁ । ଭୂକମ୍ପ ପରେ AFAD ଓ ସ୍ଥାନୀୟ ପ୍ରଶାସନ ନୀରିକ୍ଷଣ କରୁଛି । ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ଲକ୍ଷ୍ୟ ରଖି ରେସକ୍ୟୁ ଟିମ୍ ସତର୍କ ରହିଥିବା ବେଳେ ଆବଶ୍ୟକ ସରଞ୍ଜାମ ମଧ୍ୟ ମହଜୁଦ ରଖାଯାଇଛି । 

୭.୮ ତୀବ୍ରତାରେ ଆସିଥିଲା ଭୂମିକମ୍ପ:

୨୦୨୩ ଫେବ୍ରୁଆରୀ ୬ ତାରିଖରେ ତୁର୍କୀରେ ୭.୮ ତୀବ୍ରତା ସହ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । କ୍ଷଣକ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । ଯେଉଁଥିରେ ଦେଶର ୧୧ଟି ଦକ୍ଷିଣ ଓ ଦକ୍ଷିଣ ପୂର୍ବ ରାଜ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଲଗାତାର ଦୁଇ ଥର ଭୂମିକମ୍ପ ଆସିବା ଫଳରେ ପ୍ରାୟ ୫୩ ହଜାର ଲୋକ ପ୍ରାଣ ହରାଇଥିଲେ । ସେହିପରି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଲକ୍ଷାଧିକ ଘର ମାଟି ସମାଧି ନେଇଥିଲା । ଏହି ସମୟରେ ପଡ଼ୋଶୀ ଦେଶ ସିରିୟାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ ୬ ହଜାର ଲୋକଙ୍କ ଜୀବନ ହାନି ଘଟିଥିଲା । ଭୂମିକମ୍ପ ଝଟକା ଭୋର ୪.୧୭ ମିନିଟ୍‌ରେ ଆସିଥିଲା ଓ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ମ୍ୟାଗ୍ନିଟ୍ୟୁଡ୍ ରେକର୍ଡ କରାଯାଇଥିଲା ।...