EXIT POLL 2024: ପଶ୍ଚିମବଙ୍ଗରେ ବିଜେପିକୁ ମିଳିପାରେ ସବୁଠୁ ଅଧିକ ଆସନ, ଟିଏମସି-କଂଗ୍ରେସ ନିରାଶ
ନୂଆଦିଲ୍ଲୀ: ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶନିବାର ଜୁନ୍ ୧ରେ ଶେଷ ହୋଇଛି । ୫୪୩ ଲୋକସଭା ଆସନର ପରିଣାମ ଇଭିଏମରେ ବନ୍ଦ ହୋଇଛି । ଏବେ ଲୋକଙ୍କ ଅପେକ୍ଷା ଜୁନ୍ ୪ରେ ଦେଶରେ କିଏ ଗଢିବ ସରକାର । ଏହା ପୂର୍ବରୁ ବୁଥବାହୁଡ଼ା ମତରେ ବିଜେପିର ଲହର ଦେଖିବାକୁ ମିଳୁଛି । ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲ୍ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ସବୁଠୁ ବଡ଼ ଦଳ ଭାବେ ସାମନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପିକୁ ୨୨-୨୬, ଟିଏମସିକୁ ୧୪-୧୮, କଂଗ୍ରେସକୁ ୧-୨ ଆସନ ମିଳିପାରେ । ରାଜ୍ୟରେ ଲେଫ୍ଟର ଖାତା ଖୋଲିବା ମୁସ୍କିଲ ରହିଛି । ସେହିପରି ସ୍କୁଲ ଅଫ୍ ପଲିଟିକ୍ସର ଏକଜିଟ୍ ପୋଲ ଅନୁସାରେ ବେଙ୍ଗଲରେ ବିଜେପି ଏବଂ ଇଣ୍ଡି ମେଣ୍ଟ ସମାନ ସ୍ଥିତିରେ ନଜର ଆସୁଛନ୍ତି । ଉଭୟଙ୍କୁ ୧୯ରୁ ୨୩ ଆସନ ମିଳିପାରେ । ରିପବ୍ଲିକ୍-Matrize’sର ଆକଳନ ଅନୁସାରେ ବିଜେପିକୁ ୨୧-୨୫ ଆସନ ଯାଉଛି । ଅନ୍ୟପଟେ ଟିଏମସିକୁ ୧୬-୨୧ ଆସନ ଯାଉଥିବା ନଜର ଆସୁଛି । ସେହିପରି ଇଣ୍ଡିଆ ନ୍ୟୁଜ୍ ଡି ଡାୟନାମିକ୍ସର ଏକଜିଟ୍ ପୋଲରେ ବିଜେପିକୁ ୨୧ ଏବଂ ଟିଏମସିକୁ ୧୯ ଆସନ ମିଳୁଛି । ଅନ୍ୟପଟେ ରାଜ୍ୟରେ କଂଗ୍ରେସର ଖାତା ଖୋଲୁ ନଥିବା ସର୍ଭେ କହୁଛି ।
ନୂଆଦିଲ୍ଲୀ: ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶନିବାର ଜୁନ୍ ୧ରେ ଶେଷ ହୋଇଛି । ୫୪୩ ଲୋକସଭା ଆସନର ପରିଣାମ ଇଭିଏମରେ ବନ୍ଦ ହୋଇଛି । ଏବେ ଲୋକଙ୍କ ଅପେକ୍ଷା ଜୁନ୍ ୪ରେ ଦେଶରେ କିଏ ଗଢିବ ସରକାର । ଏହା ପୂର୍ବରୁ ବୁଥବାହୁଡ଼ା ମତରେ ବିଜେପିର ଲହର ଦେଖିବାକୁ ମିଳୁଛି ।
ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲ୍ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ସବୁଠୁ ବଡ଼ ଦଳ ଭାବେ ସାମନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପିକୁ ୨୨-୨୬, ଟିଏମସିକୁ ୧୪-୧୮, କଂଗ୍ରେସକୁ ୧-୨ ଆସନ ମିଳିପାରେ । ରାଜ୍ୟରେ ଲେଫ୍ଟର ଖାତା ଖୋଲିବା ମୁସ୍କିଲ ରହିଛି ।
ସେହିପରି ସ୍କୁଲ ଅଫ୍ ପଲିଟିକ୍ସର ଏକଜିଟ୍ ପୋଲ ଅନୁସାରେ ବେଙ୍ଗଲରେ ବିଜେପି ଏବଂ ଇଣ୍ଡି ମେଣ୍ଟ ସମାନ ସ୍ଥିତିରେ ନଜର ଆସୁଛନ୍ତି । ଉଭୟଙ୍କୁ ୧୯ରୁ ୨୩ ଆସନ ମିଳିପାରେ । ରିପବ୍ଲିକ୍-Matrize’sର ଆକଳନ ଅନୁସାରେ ବିଜେପିକୁ ୨୧-୨୫ ଆସନ ଯାଉଛି । ଅନ୍ୟପଟେ ଟିଏମସିକୁ ୧୬-୨୧ ଆସନ ଯାଉଥିବା ନଜର ଆସୁଛି । ସେହିପରି ଇଣ୍ଡିଆ ନ୍ୟୁଜ୍ ଡି ଡାୟନାମିକ୍ସର ଏକଜିଟ୍ ପୋଲରେ ବିଜେପିକୁ ୨୧ ଏବଂ ଟିଏମସିକୁ ୧୯ ଆସନ ମିଳୁଛି । ଅନ୍ୟପଟେ ରାଜ୍ୟରେ କଂଗ୍ରେସର ଖାତା ଖୋଲୁ ନଥିବା ସର୍ଭେ କହୁଛି ।