ତୃତୀୟ ଟେଷ୍ଟରେ ଭାରତକୁ ୫ ରନ୍ର ପେନାଲ୍ଟି
ରାଜକୋଟ୍,୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ କ୍ରିକେଟରେ ଶୁକ୍ରବାର ଭାରତକୁ ୫ ରନ୍ର ପେନାଲ୍ଟି ହୋଇଛି। ମ୍ୟାଚ ସମୟରେ ଭାରତୀୟ ବ୍ୟାଟର ଦୁଇ ଥର ପିଚ୍ ମଧ୍ୟ ଭାଗରେ ଦୌଡ଼ି ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ପେନାଲ୍ଟିର ଅର୍ଥ ଇଂଲଣ୍ଡ ପ୍ରଥମ ଇନିଂସ ବେଳେ ଗୋଟିଏ ହେଲେ ବଲ୍ ନ ପଡ଼ି ୫/୦ ସ୍କୋରରୁ ଖେଳ ଆରମ୍ଭ ହୋଇଛି। ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଥରେ ପିଚ୍ ମଧ୍ୟ ଦେଇ ଦୌଡ଼ିଥିଲେ। ସେତେବେଳେ ଅନ୍ ଫିଲ୍ଡ ଅମ୍ପାୟର […] The post ତୃତୀୟ ଟେଷ୍ଟରେ ଭାରତକୁ ୫ ରନ୍ର ପେନାଲ୍ଟି appeared first on Dharitri Odia News.
ରାଜକୋଟ୍,୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ କ୍ରିକେଟରେ ଶୁକ୍ରବାର ଭାରତକୁ ୫ ରନ୍ର ପେନାଲ୍ଟି ହୋଇଛି। ମ୍ୟାଚ ସମୟରେ ଭାରତୀୟ ବ୍ୟାଟର ଦୁଇ ଥର ପିଚ୍ ମଧ୍ୟ ଭାଗରେ ଦୌଡ଼ି ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ପେନାଲ୍ଟିର ଅର୍ଥ ଇଂଲଣ୍ଡ ପ୍ରଥମ ଇନିଂସ ବେଳେ ଗୋଟିଏ ହେଲେ ବଲ୍ ନ ପଡ଼ି ୫/୦ ସ୍କୋରରୁ ଖେଳ ଆରମ୍ଭ ହୋଇଛି।
ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଥରେ ପିଚ୍ ମଧ୍ୟ ଦେଇ ଦୌଡ଼ିଥିଲେ। ସେତେବେଳେ ଅନ୍ ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନଙ୍କ ଦ୍ୱାରା ସେ ଭର୍ତ୍ସିତ ହୋଇଥିଲେ। ଦ୍ୱିତୀୟ ଦିବସ ଖେଳ ସମୟ ଭାରତୀୟ ଇନିଂସ ସମୟରେ ୧୦୨ତମ ଓଭରର ତୃତୀୟ ବଲ୍ରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିବସରେ ରବୀନ୍ଦ୍ର ଜାଡେଜା ମଧ୍ୟ ଏହି ଭୁଲ କରିଥିଲେ। ସେତେବେଳେ ତାଙ୍କୁ ଚେତାବନୀ ଦିଆଯାଇଥିଲା।
The post ତୃତୀୟ ଟେଷ୍ଟରେ ଭାରତକୁ ୫ ରନ୍ର ପେନାଲ୍ଟି appeared first on Dharitri Odia News.