ତୃତୀୟ ତ୍ରୈମାସରେ ହେବ ଭରଣା, ବିକାଶ ହାର ଧିମେଇବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ସେପ୍ଟେମ୍ୱର ତ୍ରୈମାସରେ ଦେଶର ଜିଡିପି ଧିମେଇବା ‘ବ୍ୟବସ୍ଥିତ’ ନଥିଲା ଏବଂ ଆଗାମୀ ତ୍ରୈମାସରେ ଅଧିକ ସାର୍ବଜନୀନ ବ୍ୟୟ ସହ ଆର୍ଥିକ ଗତିବିଧି ଏହା ହ୍ରାସକୁ ଭରଣା କରିପାରିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଶୁକ୍ରବାର ଏହି କଥା କହିଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ ଜୁଲାଇ-ସେପ୍ଟେମ୍ୱରରେ ଦେଶର ଜିଡିପି ହାର ୫.୪ ପ୍ରତିଶତ ଥିଲା । ଯାହା ଗତ ସାତ ତ୍ରୈମାସରେ ସବୁଠୁ କମ । ଆର୍ଥିକ ବର୍ଷ ୨୫ର ପ୍ରଥମ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ କହିଛନ୍ତି, 'ଏହା ଏକ ବ୍ୟବସ୍ଥିତ ମନ୍ଦା ସ୍ଥିତି ନୁହେଁ । ଏହା ସାର୍ବଜନୀନ ବ୍ୟୟ, ପୁଞ୍ଜିଗତ ବ୍ୟୟ ଏବଂ ଏହିପରି ଅନ୍ୟ ଗତିବିଧିରେ ହ୍ରାସ ଯୋଗୁଁ ହୋଇଛି...ତୃତୀୟ ତ୍ରୈମାସ ଏହାର ଭରଣା କରିଦେବ ବୋଲି ଆଶା ରହିଛି ।'ସାଧାରଣ ନିର୍ବାଚନ ଏବଂ ପୁଞ୍ଜିଗତ ବ୍ୟାୟରେ ହ୍ରାସ କାରଣରୁ ପ୍ରଥମ ତ୍ରୈମାସରେ ବିକାଶର ଗତି କମ ରହିଥିଲା । ଯାହାର ପ୍ରଭାବ ଦ୍ୱିତୀୟ ତ୍ରୈମାସରେ ବି ପଡ଼ିଛି । ଗତ ଛଅ ମାସରେ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟରେ ଆବଣ୍ଟିତ ୧୧.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର) ଲକ୍ଷ୍ୟର କେବଳ ୩୭.୩ ପ୍ରତିଶତ ଖର୍ଚ୍ଚ କରିଛନ୍ତି ।ଆରବିଆଇ ଦ୍ୱାରା ଚଳିତ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଡିଜିପି ଆକଳନ ଜାରି କରିବା ପରେ ଅର୍ଥମନ୍ତ୍ରୀ ନିର

ତୃତୀୟ ତ୍ରୈମାସରେ ହେବ ଭରଣା, ବିକାଶ ହାର ଧିମେଇବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ସେପ୍ଟେମ୍ୱର ତ୍ରୈମାସରେ ଦେଶର ଜିଡିପି ଧିମେଇବା ‘ବ୍ୟବସ୍ଥିତ’ ନଥିଲା ଏବଂ ଆଗାମୀ ତ୍ରୈମାସରେ ଅଧିକ ସାର୍ବଜନୀନ ବ୍ୟୟ ସହ ଆର୍ଥିକ ଗତିବିଧି ଏହା ହ୍ରାସକୁ ଭରଣା କରିପାରିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଶୁକ୍ରବାର ଏହି କଥା କହିଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ ଜୁଲାଇ-ସେପ୍ଟେମ୍ୱରରେ ଦେଶର ଜିଡିପି ହାର ୫.୪ ପ୍ରତିଶତ ଥିଲା । ଯାହା ଗତ ସାତ ତ୍ରୈମାସରେ ସବୁଠୁ କମ । ଆର୍ଥିକ ବର୍ଷ ୨୫ର ପ୍ରଥମ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ କହିଛନ୍ତି, 'ଏହା ଏକ ବ୍ୟବସ୍ଥିତ ମନ୍ଦା ସ୍ଥିତି ନୁହେଁ । ଏହା ସାର୍ବଜନୀନ ବ୍ୟୟ, ପୁଞ୍ଜିଗତ ବ୍ୟୟ ଏବଂ ଏହିପରି ଅନ୍ୟ ଗତିବିଧିରେ ହ୍ରାସ ଯୋଗୁଁ ହୋଇଛି...ତୃତୀୟ ତ୍ରୈମାସ ଏହାର ଭରଣା କରିଦେବ ବୋଲି ଆଶା ରହିଛି ।'

ସାଧାରଣ ନିର୍ବାଚନ ଏବଂ ପୁଞ୍ଜିଗତ ବ୍ୟାୟରେ ହ୍ରାସ କାରଣରୁ ପ୍ରଥମ ତ୍ରୈମାସରେ ବିକାଶର ଗତି କମ ରହିଥିଲା । ଯାହାର ପ୍ରଭାବ ଦ୍ୱିତୀୟ ତ୍ରୈମାସରେ ବି ପଡ଼ିଛି । ଗତ ଛଅ ମାସରେ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟରେ ଆବଣ୍ଟିତ ୧୧.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର) ଲକ୍ଷ୍ୟର କେବଳ ୩୭.୩ ପ୍ରତିଶତ ଖର୍ଚ୍ଚ କରିଛନ୍ତି ।

ଆରବିଆଇ ଦ୍ୱାରା ଚଳିତ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଡିଜିପି ଆକଳନ ଜାରି କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ଟିପ୍ପଣୀ କରିଛନ୍ତି । ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆରବିଆଇ ବିକାଶ ଅନୁମାନକୁ ୭.୨ ପ୍ରତିଶତରୁ ହ୍ରାସ କରି ୬.୬ ପ୍ରତିଶତ କରିଛି । ଏହାର କିଛି ସମୟ ପରେ ସୀତାରମଣ କହିଛନ୍ତି ଯେ ଅଭିବୃଦ୍ଧିକୁ ପ୍ରଭାବିତ କରୁଥିବା ଅନ୍ୟ କାରକଗୁଡ଼ିକ ମଧ୍ୟରେ ବୈଶ୍ୱିକ ଚାହିଦାରେ ସ୍ଥିରତା ସାମିଲ ରହିଛି, ଯାହା ରପ୍ତାନୀ ବୃଦ୍ଧିକୁ ପ୍ରଭାବିତ କରିଛି । ସେ କହିଛନ୍ତି, 'ଭାରତୀୟଙ୍କ କ୍ରୟ ଶକ୍ତିରେ ସୁଧାର ହେଉଛି, କିନ୍ତୁ ଭାରତରେ ପର୍ଯ୍ୟାପ୍ତ ବେତନ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ିଥାଏ । ସେହି ସବୁ ଦିଗଗୁଡ଼ିକ ସହ ଆମେ ଅବଗତ ଅଛୁ, ଯାହା ଭାରତର ଖର୍ଚ୍ଚକୁ ପ୍ରଭାବିତ କରିପାରେ ।'