ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି

ନୂଆଦିଲ୍ଲୀ,୭।୬: ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲେ। ଏହି ସମୟରେ ସେ ବରିଷ୍ଠ ଭାଜପା ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଆଡଭାନୀଙ୍କ ଝିଇ ପ୍ରତୀଭା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହା ପରେ ସେ ବରିଷ୍ଠ ଭାଜପା ନେତା ମୁରଲି ମନୋହର ଯୋଶୀଙ୍କୁ […] The post ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି appeared first on Dharitri Odia News.

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି

ନୂଆଦିଲ୍ଲୀ,୭।୬: ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲେ। ଏହି ସମୟରେ ସେ ବରିଷ୍ଠ ଭାଜପା ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଆଡଭାନୀଙ୍କ ଝିଇ ପ୍ରତୀଭା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହା ପରେ ସେ ବରିଷ୍ଠ ଭାଜପା ନେତା ମୁରଲି ମନୋହର ଯୋଶୀଙ୍କୁ ଭେଟିବାକୁ ଯାଇଛନ୍ତି। ସୂଚନାଯୋଗ୍ୟ, ଭାଜପାକୁ ୨ଟି ଆସନରୁ ନେଇ ସରକାର ଗଠନ ପାଇଁ ବହୁ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଏହାପୂର୍ବରୁ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ସମ୍ବିଧାନ ଗୃହର ସେଣ୍ଟ୍ରାଲ ହଲରେ ଏନଡିଏ ସଂସଦୀୟ ପାର୍ଟି ବୈଠକରେ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେ ଜୁନ ୯, ରବିବାର ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବେ। ତାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଏନଡିଏ ‘ଅବ କି ବାର ପାର୍‌ ୪୦୦ ପାର୍‌’ ସ୍ଲୋଗାନ ଦେଇ ନିର୍ବାଚନରେ ପ୍ରବେଶ କରିଥିଲା, କିନ୍ତୁ ଜୁନ ୪ରେ ଘୋଷିତ ଫଳାଫଳରେ ଏହା ୩୦୦ ସଂଖ୍ୟାକୁ ଛୁଇଁ ପାରିଲା ନାହିଁ, ୨୯୩ ଟି ସିଟ ପାଇଲା, ଯାହା ୨୭୨ଟି ଆସନ ତୁଳନାରେ ବହୁତ ଅଧିକ।

The post ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି appeared first on Dharitri Odia News.