ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ। ଏହା ସହିତ ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନମଣ୍ଡଳୀରେ ସ୍ଥଗିତ ରଖାଯାଇଥିବା ଭୋଟିଂର ବିଜ୍ଞପ୍ତି ମଧ୍ୟ ଶୁକ୍ରବାର ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ବେତୁଲ ଲୋକ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ […] The post ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ। ଏହା ସହିତ ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନମଣ୍ଡଳୀରେ ସ୍ଥଗିତ ରଖାଯାଇଥିବା ଭୋଟିଂର ବିଜ୍ଞପ୍ତି ମଧ୍ୟ ଶୁକ୍ରବାର ପ୍ରକାଶ ପାଇବ।
ଦ୍ୱିତୀୟ ପର୍ଯ୍ୟାୟରେ ବେତୁଲ ଲୋକ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୯। ଏହାକୁ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୨ ଏପ୍ରିଲ। ଯେଉଁ ରାଜ୍ୟଗୁଡ଼ିକରେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦାଦର-ନଗର ହାଭେଲି, ଦାମନ ଏବଂ ଡିୟୁ, ଗୋଆ, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ନାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ।
ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୧୯ ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୬ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟ ପାଇଁ ୭ ମେ, ଚତୁର୍ଥ ପର୍ଯ୍ୟାୟ ପାଇଁ ୧୩ ମେ, ପଞ୍ଚମ ପର୍ଯ୍ୟାୟ ପାଇଁ ୨୦ ମେ, ଷଷ୍ଠ ପର୍ଯ୍ୟାୟ ପାଇଁ ୨୫ ମେ ଏବଂ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ୧ ଜୁନରେ ମତଦାନ ହେବ। ଏ ସମସ୍ତ ପର୍ଯ୍ୟାୟର ଫଳାଫଳ ଜୁନ୪ରେ ଘୋଷଣା କରାଯିବ।

The post ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.