ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ
ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ ଫ୍ଳାଇଙ୍ଗ ସ୍କ୍ବାର୍ଡ ରୁଷିମଠ ସଂରକ୍ଷିତ ଜଙ୍ଗଲରୁ ମୃତ ପୁରୁଷ ମୟୂର ଜବତ କରିବା ସହିତ ଶିକାରୀ ମେସାକ ମିଞ୍ଜଙ୍କୁ ଗିରଫ କରିଛନ୍ତି। ଗିରଫ ମେସାକଙ୍କ ଘର ସାନ ବଡଗାଁ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। […] The post ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ appeared first on Dharitri Odia News.
ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ ଫ୍ଳାଇଙ୍ଗ ସ୍କ୍ବାର୍ଡ ରୁଷିମଠ ସଂରକ୍ଷିତ ଜଙ୍ଗଲରୁ ମୃତ ପୁରୁଷ ମୟୂର ଜବତ କରିବା ସହିତ ଶିକାରୀ ମେସାକ ମିଞ୍ଜଙ୍କୁ ଗିରଫ କରିଛନ୍ତି। ଗିରଫ ମେସାକଙ୍କ ଘର ସାନ ବଡଗାଁ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ତାମଡା ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ ସମ୍ପୃକ୍ତ ଶିକାରୀ ବିରୋଧରେ ବନ୍ୟପ୍ରାଣୀ ଶିକାର ଓ ଅବମାନନା ଦଫାରେ ଏକ ମାମଲା ରୁଜୁ ହୋଇଥିବା ଓ ତାଙ୍କ ନିକଟରୁ ମୃତ ମୟୂର, ଗୋଟିଏ ଟାଙ୍ଗିଆ, ଜିଆଇ ତାର ଫାଶ, ବାଟୁଳି ଓ ମାଟି ଗୋଲି ଜବତ କରାଯାଇଥିବା ସୂଚନା ଦେଇଛନ୍ତି l
The post ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ appeared first on Dharitri Odia News.