ତେଲେଙ୍ଗାନା ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଓଡ଼ିଆ ଶ୍ରମିକ ମୃତ

ତେଲେଙ୍ଗାନା : ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ କଟକ ତିଗିରିଆର ଲଗ୍ନଜିତ ଦୁଆରି, ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ, ବାଲେଶ୍ୱରର ମନୋଜ ରାଉତ  ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ । ଏହା ବ୍ୟତୀତ ଘଟଣାରେ ୩  ଓଡ଼ିଆ ମଧ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମର ସମୀର ପାଢ଼ୀ, ନବରଙ୍ଗପୁରର ନୀଳାମ୍ବର ଭଦ୍ରା ଓ ଭଦ୍ରକର ଚନ୍ଦନ କୁମାର […] The post ତେଲେଙ୍ଗାନା ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଓଡ଼ିଆ ଶ୍ରମିକ ମୃତ appeared first on KNews Odisha.

ତେଲେଙ୍ଗାନା ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଓଡ଼ିଆ ଶ୍ରମିକ ମୃତ

ତେଲେଙ୍ଗାନା : ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ କଟକ ତିଗିରିଆର ଲଗ୍ନଜିତ ଦୁଆରି, ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ, ବାଲେଶ୍ୱରର ମନୋଜ ରାଉତ  ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ । ଏହା ବ୍ୟତୀତ ଘଟଣାରେ ୩  ଓଡ଼ିଆ ମଧ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମର ସମୀର ପାଢ଼ୀ, ନବରଙ୍ଗପୁରର ନୀଳାମ୍ବର ଭଦ୍ରା ଓ ଭଦ୍ରକର ଚନ୍ଦନ କୁମାର ନାୟକ ।

ସୂଚନାନୁଯାୟୀ, ରବିବାର ଦିନ ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ସିଗାଚି ଇଣ୍ଡଷ୍ଟ୍ରିର ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହି ଫ୍ୟାକ୍ଟ୍ରିରେ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ ।  ଏହି  ବିସ୍ଫୋରଣରେ ୩୪ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଆ ଲୋକ ଥିବା ଜଣାପଡିଛି । ଯାହା ସମଗ୍ର ଦେଶକୁ ଥରାଇ ଦେଇଛି ।

Also Read : ତେଲଙ୍ଗାନା କେମିକାଲ ଭର୍ତ୍ତି ଟ୍ୟାଙ୍କରେ ବିସ୍ଫୋରଣ, ୩୪ ମୃତ

The post ତେଲେଙ୍ଗାନା ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଓଡ଼ିଆ ଶ୍ରମିକ ମୃତ appeared first on KNews Odisha.