ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ…
ପ୍ରୟାଗରାଜ,୨୭।୧ : ଆଦନ ଗଲ୍ଫରେ ବ୍ରିଟିଶ ଚୈଳ ଟ୍ୟାଙ୍କର ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନିକାଣ୍ଡ ପରେ ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୌସନା ଶନିବାର କହିଛି ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନି ନିର୍ବାପକ କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ଟିମ ନିୟୋଜିତ କରାଯାଇଛି। ଜାହାଜରେ ୨୨ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ କ୍ରୁ ସଦସ୍ୟ ଅଛନ୍ତି। ଖବର ଅନୁଯାୟୀ ୟେମେନର ହୋଉଥ ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ବ୍ରିଟିଶ ତୈଳ […] The post ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ… appeared first on Dharitri Odia News.
ପ୍ରୟାଗରାଜ,୨୭।୧ : ଆଦନ ଗଲ୍ଫରେ ବ୍ରିଟିଶ ଚୈଳ ଟ୍ୟାଙ୍କର ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନିକାଣ୍ଡ ପରେ ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୌସନା ଶନିବାର କହିଛି ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନି ନିର୍ବାପକ କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ଟିମ ନିୟୋଜିତ କରାଯାଇଛି। ଜାହାଜରେ ୨୨ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ କ୍ରୁ ସଦସ୍ୟ ଅଛନ୍ତି।
ଖବର ଅନୁଯାୟୀ ୟେମେନର ହୋଉଥ ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ବ୍ରିଟିଶ ତୈଳ ଟ୍ୟାଙ୍କରର ଅପରେଟର କହିଛନ୍ତି ଜାହାଜଟି ଲୋହିତ ସାଗର ପାର ହେବା ପରେ ଆଦନ ଗଲ୍ଫରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।
ଭାରତୀୟ ନୌସେନା ମୁଖପାତ୍ରଙ୍କ କହିବାନୁସାରେ, ଏମ.ଭି ମାର୍ଲିନ ଲୁଆଣ୍ଡାର ଅନୁରୋଧ କ୍ରମେ ସହାୟତା ପାଇଁ ଆଇଏନଏସ ବିଶାଖାପଟ୍ଟନମ ନିୟୋଜିତ ହୋଇଛି।
ଭାରତୀୟ ନୌସେନା କହିଛି ଏମଭି (ବଣିକ ଜାହାଜ) ଏବଂ ସମୁଦ୍ରରେ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହା ଦୃଢ଼ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରତି ବାଣିଜି୍ୟକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମଧ୍ୟ ସତର୍କ ହୋଇଛି। ଏହା ଆରବ ସାଗର ଏବଂ ଆଦନ ଗଲ୍ଫରେ ଫ୍ରଣ୍ଟଲାଇନ ବିନାଶକାରୀ ଏବଂ ଫ୍ରିଗେଟ ନିୟୋଜିତ କରି ଏହାର ସର୍ଭେଲ୍ାନ୍ସକୁ ଯଥେଷ୍ଟ ବୃଦ୍ଧି କରିଛି ।
The post ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ… appeared first on Dharitri Odia News.