ତ୍ରାହି ତ୍ରାହି ଡାକୁଛନ୍ତି ଗାଁ ଲୋକେ, ଦଶ ଦିନ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି ପଚାଶ ପରିବାର
ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣି ଆଉ ପାଣି । ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି, ନା ଖାଇବାକୁ ଦୁଇ ମୁଠା ଦାନା । ଚତୁର୍ଦ୍ଦିଗରେ ହାହାକାର । ଆଖିରୁ ନିଦ ଛଡ଼ାଇ ନେଇଛି ଏହି ବନ୍ୟା ପାଣି । ତ୍ରାହି ତ୍ରାହି ଡାକୁଛନ୍ତି ଗାଁ ଲୋକେ । ପାଣି ନିଷ୍କାସନ ବାଟ ନଥିବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଳଗୋହିରା ଆଠ ନମ୍ବର ୱାର୍ଡର ମହାନ୍ତି ସାହିରେ ପଚାଶ ପରିବାର ଦଶ ଦିନ ହେଲା […] The post ତ୍ରାହି ତ୍ରାହି ଡାକୁଛନ୍ତି ଗାଁ ଲୋକେ, ଦଶ ଦିନ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି ପଚାଶ ପରିବାର appeared first on KNews Odisha.

ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣି ଆଉ ପାଣି । ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି, ନା ଖାଇବାକୁ ଦୁଇ ମୁଠା ଦାନା । ଚତୁର୍ଦ୍ଦିଗରେ ହାହାକାର । ଆଖିରୁ ନିଦ ଛଡ଼ାଇ ନେଇଛି ଏହି ବନ୍ୟା ପାଣି । ତ୍ରାହି ତ୍ରାହି ଡାକୁଛନ୍ତି ଗାଁ ଲୋକେ ।
ପାଣି ନିଷ୍କାସନ ବାଟ ନଥିବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଳଗୋହିରା ଆଠ ନମ୍ବର ୱାର୍ଡର ମହାନ୍ତି ସାହିରେ ପଚାଶ ପରିବାର ଦଶ ଦିନ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି । ଗାଁ ଭିତର ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି । ଘରୁ ବାହାରିଲେ ପାଣି ଭିତରେ ପଶିକି ଯିବାକୁ ପଡୁଛି । ଛୋଟ ପିଲାଙ୍କୁ ଅଭିଭାବକମାନେ କାନ୍ଧରେ ବସାଇ ଅଙ୍ଗନବାଡି ନେଉଥିବା ବେଳେ ସ୍କୁଲ ପିଲାମାନେ ଓଦା ହୋଇ ପାଣିରେ ପଶି ପାଠ ପଢିବାକୁ ଯାଉଛନ୍ତି । ପୂର୍ବରୁ ଥିବା ପାଣି ନିଷ୍କାସନ ବାଟ ଏବେ ପୋତି ହୋଇଯାଇଛି । ବର୍ଷା ଦିନ ଆସିଲେ ଅତ୍ୟଧିକ ବର୍ଷା ହେଲେ ଏମିତି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୁଏ ।
ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରାସ୍ତା ଉପରେ ଚାଲୁଛି ପାଣି । କିଛି ଘର ଭାଂଗି ଯାଇଛି । ଏକର ଏକର ଜମିରେ ପାଣି ପଶି ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଏଥିଯୋଗୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ ।
ଦୀର୍ଘ ୧୦ ଦିନ ହେଲାଣି ଜଳବନ୍ଦୀ ଜୀବନ ବିତାଉଛନ୍ତି ବନ୍ୟାଞ୍ଚଳର ଲୋକ । କେଉଁଠି ଗାଁ ଦାଣ୍ଡରେ ୩-୪ ଫୁଟ ପାଣି ବହୁଛି ତ ଆଉ କେଉଁଠି ଘର ଭିତରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି । ଚାଳ ଛପର ଭାସୁଛି, ଚୁଲି ବୁଡ଼ିଛି । ରାସ୍ତାଘାଟ ଓ ଚାଷ ଜମି ସବୁ ଏକାକାର । ନାହିଁ ନଥିବା ଅସୁବିଧା ଭିତରେ ରହୁଛନ୍ତି ବିପନ୍ନ । ବିଭିନ୍ନ ସ୍ଥାନରେ ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଲୋକଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଘରୁ ପାଦ କାଢ଼ିବା ଏକପ୍ରକାର ମୁସ୍କିଲ ହୋଇ ପଡିଛି । ପ୍ରତ୍ୟେକ ବର୍ଷ ଚାନ୍ଦବାଲି ତହସିଲ ଓ ବ୍ଲକ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଲିଖିତ ଦାବି କରୁଛନ୍ତି ହେଲେ ପ୍ରଶାସନ ତରଫରୁ କିଛି ବି ସୁବିଧା ଲୋକଙ୍କ ମିଳି ନଥିବା ଅଭିଯୋଗ ହୋଇଛି । ତେଣୁ ଯଥାଶୀର୍ଘ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନିକ ସୁବିଧା ପହଞ୍ଚାଇଲେ ଲୋକଙ୍କ ସମସ୍ୟା ଦୂର ହେବ ନିଶ୍ଚିତ ।
Also Read: ଜଳବନ୍ଦୀରେ କଟୁଛି ଲୋକଙ୍କ ଜୀବନ, ଆକାଶ ମାର୍ଗରୁ ବନ୍ଯାଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
The post ତ୍ରାହି ତ୍ରାହି ଡାକୁଛନ୍ତି ଗାଁ ଲୋକେ, ଦଶ ଦିନ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି ପଚାଶ ପରିବାର appeared first on KNews Odisha.