ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ଅକ୍ଷୟ କୁମାର, CM ଯୋଗୀଙ୍କୁ କଲେ ପ୍ରଶଂସା
ମୁମ୍ଵାଇ ୨୫।୦୨; ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ମହାକୁମ୍ଭ ରେ ପ୍ରତିଦିନ ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ… । ସାଧାରଣା ଲୋକଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି, ବଡ଼ ବଡ଼ ନେତା ଙ୍କ ଛୁଟୁଛି ସୁଅ । ତେବେ ଏହାରି ମଧ୍ୟରେ ବଲିଉଡ଼ ସୁପରଷ୍ଟାର ଖିଲାଡ଼ି କୁମାର ତଥା ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଛନ୍ତି ।ଅକ୍ଷୟ କୁମାର ପ୍ରୟାଗରାଜରେ ପହଞ୍ଚିଛନ୍ତି । ମହାକୁମ୍ଭର ତାଙ୍କର କିଛି ଝଲକ ଦେଖିବାକୁ ମିଳିଥିଲା । ଅକ୍ଷୟ ଭିଡ଼ ମଧ୍ୟରେ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ତାଙ୍କ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ଭିଡିଓରେ ଅକ୍ଷୟ କୁମାର ପୂଜା କରୁଥିବା ବେଳେ ତାଙ୍କ ଚାରିପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କର ଏକ ଝଲକ ପାଇବାକୁ ଅପେକ୍ଷା କରିରହିଛନ୍ତି।ଅକ୍ଷୟ ସଙ୍ଗମରେ ଆସ୍ଥାର ବୁଡ଼ ପକାଇ କହିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦଦାୟକ । ବ୍ୟବସ୍ଥା ବହୁତ ଭଲ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏଥିପାଇଁ ଧନ୍ୟବାଦ। ତାଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ୨୦୧୯ରେ ମହାକୁମ୍ଭମେଳା ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏଥର ବ୍ୟବସ୍ଥାରେ ବହୁତ ଉନ୍ନତି ହୋଇଛି। ଉତ୍ତର ପ୍ରଦେଶ ପୋଲିସ ଏବଂ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ । View this post on InstagramA post shared by Viral Bhayani (@
ମୁମ୍ଵାଇ ୨୫।୦୨; ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ମହାକୁମ୍ଭ ରେ ପ୍ରତିଦିନ ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ… । ସାଧାରଣା ଲୋକଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି, ବଡ଼ ବଡ଼ ନେତା ଙ୍କ ଛୁଟୁଛି ସୁଅ । ତେବେ ଏହାରି ମଧ୍ୟରେ ବଲିଉଡ଼ ସୁପରଷ୍ଟାର ଖିଲାଡ଼ି କୁମାର ତଥା ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଛନ୍ତି ।

ଅକ୍ଷୟ କୁମାର ପ୍ରୟାଗରାଜରେ ପହଞ୍ଚିଛନ୍ତି । ମହାକୁମ୍ଭର ତାଙ୍କର କିଛି ଝଲକ ଦେଖିବାକୁ ମିଳିଥିଲା । ଅକ୍ଷୟ ଭିଡ଼ ମଧ୍ୟରେ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ତାଙ୍କ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ଭିଡିଓରେ ଅକ୍ଷୟ କୁମାର ପୂଜା କରୁଥିବା ବେଳେ ତାଙ୍କ ଚାରିପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କର ଏକ ଝଲକ ପାଇବାକୁ ଅପେକ୍ଷା କରିରହିଛନ୍ତି।ଅକ୍ଷୟ ସଙ୍ଗମରେ ଆସ୍ଥାର ବୁଡ଼ ପକାଇ କହିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦଦାୟକ । ବ୍ୟବସ୍ଥା ବହୁତ ଭଲ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏଥିପାଇଁ ଧନ୍ୟବାଦ। ତାଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ୨୦୧୯ରେ ମହାକୁମ୍ଭମେଳା ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏଥର ବ୍ୟବସ୍ଥାରେ ବହୁତ ଉନ୍ନତି ହୋଇଛି। ଉତ୍ତର ପ୍ରଦେଶ ପୋଲିସ ଏବଂ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ ।
କହିବାକୁ ଗଲେ ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର ‘ମହାକୁମ୍ଭ ୨୦୨୫’ରେ ଅଂଶଗ୍ରହଣ କରିଛନ୍ତି। ଯେଉଁଥିରେ ଅଦା ଶର୍ମା, ଅନୁପମ ଖେର, ବୋନି କପୁର, ମିଲିନ୍ଦ ସୋମନ, କବୀର ଖାନ, ରେମୋ ଡିସୁଜା, ହେମାମାଳିନି, ଗୁରୁ ରନ୍ଧାୱା, ସପନା ଚୌଧୁରୀ, ମମତା କୁଲକର୍ଣ୍ଣୀ, ନୀନା ଗୁପ୍ତା, ରାଜକୁମାର ରାଓ, ସୁନୀଲ ଶେଟ୍ଟୀ, ସୋନାଲ ଚୌହାନ, ଶ୍ରୀନିଧି ଶେଟ୍ଟୀ, ତନିଶା ମୁଖାର୍ଜୀଙ୍କ ଭଳି ଷ୍ଟାରମାନେ ସାମିଲ ଅଛନ୍ତି।