Ram Navami: ରାମନାମରେ ମୁଖରିତ ସବୁ ରାମମନ୍ଦିର, ସବୁଠି ରାମମୟ ପରିବେଶ
ଅଲୌକିକ ମୁହୂର୍ତ୍ତ। ଅଦ୍ଭୁତ ଅନୁଭବ। ରାମଲାଲାଙ୍କ ଲଲାଟରେ ସୂର୍ଯ୍ୟଦେବଙ୍କ ଦିବ୍ୟ ତିଳକ। ବର୍ଷକ ପରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଏଭଳି ସ୍ବର୍ଗୀୟ ଦୃଶ୍ୟ। ଅଭିଭୁତ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ, ଟେଲିଭିଜନ୍ ପରଦାରେ ଦେଖି ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ।